spot_img

୨୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା , ରାଜଧାନୀରୁ ଆଉ ୧୦୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଆଉ ୧୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ କ୍ୱାରେଣ୍ଟାଇନରେ ୫୯ ଜଣ ଥିବା ବେଳେ ୪୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ ଯୋଗେ ସୂଚନା ଦେଇଛି । ଅନ୍ୟ ପକ୍ଷେ ୧୨୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।

ସଂକ୍ରମିତଙ୍କ ମଧ୍ୟରୁ ନୟାପଲ୍ଲୀ ନୂଆସାହିରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସହିଦ ନଗର ଅଞ୍ଚଳରୁ ୬, ନୂଆପଲ୍ଲୀରୁ ଅନ୍ୟ ଏକ ଅଞ୍ଚଳରୁ ୬, ୟୁନିଟ-୧ରୁ ୩ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ବିଶ୍ୱେଶ୍ୱରୀ ବସ୍ତିରୁ ୩, ଫରେଷ୍ଟ ପାର୍କରୁ ୩,ଆଇଆରସି ଭିଲେଜରୁ ୩, ୟୁନିଟ-୧ରୁ ୩ , ବରମୁଣ୍ଡା ଜଗନ୍ନାଥ ନଗରରୁ ୨,ଜାଗମରାରୁ ୨,ଏଜି କଲୋନିରୁ ୩ ଓ ପୁନାମା ଗେଟ ଅଞ୍ଚଳରୁ ୨ଲୋକାଲ କେସ ଚିହ୍ନଟ ହୋଇଛି । ସେମାନଙ୍କୁ ମୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଭୁବନେଶ୍ୱରରେ ନୂଆ ପଜିଟିଭ୍ ଚିହ୍ନଟ ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୭ରେ ପହଁଚିଛି । ଏହାମଧ୍ୟରୁ ୧୩୩୯ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୧୫ଜଣ ପ୍ରାଣ ହରାଇଛନ୍ତି । ସେହିପରି ୧୨୫୧ଟି ସକ୍ରିୟ କେସ୍ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular