spot_img

ବଢିଲା ଅନିଲ ଅମ୍ବାନୀଙ୍କ ଅଡୁଆ, କାର୍ଯ୍ୟାଳୟ ଉପରେ କବଜା କଲା ୟେସ୍ ବ୍ୟାଙ୍କ

କରଜରେ ବୁଡି ରହିଥିବା ରିଲାଇନ୍ସ ଗ୍ରୁପର ମୁଖ୍ୟ ଅନିଲ ଅମ୍ବାନୀଙ୍କୁ ପୁଣି ଝଟକା ଲାଗିଛି । ୟେସ୍ ବ୍ୟାଙ୍କର ୨ହଜାର ୮୯୨ କୋଟି ଟଙ୍କା ଉଦ୍ଧାର ସୁଝି ନପାରିବାରୁ ବ୍ୟାଙ୍କ ଅନିଲ ଧୀରୁଭାଇ ଅମ୍ବନୀ ଗ୍ରୁପର ସାନ୍ତାକ୍ରୁଜ ମୁଖ୍ୟାଳୟ ସହ ଅନ୍ୟ ଦୁଇଟି କାର୍ଯ୍ୟାଳୟକୁ ନିଜ କବଜାକୁ ନେଇଛି । ଏହି ମୁଖ୍ୟାଳୟଟି ୨୧ ହଜାର ୪୩୨ ବର୍ଗ ମିଟର ଉପରେ ଅବସ୍ଥିତ । ଅନ୍ୟ ଦୁଇଟି ଦକ୍ଷିଣ ମୁମ୍ବାଇର ନାଗିନ ମହଲରେ ରହିଛି । ଏହି ଦୁଇଟି ପ୍ଲଟ୍ ମଧ୍ୟରୁ ଗୋଟିଏ ୧ହଜାର ୭୧୭ ବର୍ଗଫୁଟ ବିଶିଷ୍ଟ ରହିଥିବା ବେଳେ ଅନ୍ୟଟି ୪ହଜାର ୯୩୬ ବର୍ଗଫୁଟ ରହିଛି । ଋଣ ନସୁଝି ପାରିବାରୁ ୟେସ୍ ବ୍ୟାଙ୍କ ଏହି ତିନୋଟି ଜାଗାକୁ ନିଜ ହିପାଜତକୁ ନେଇଛି । ଏହାକୁ ନେଇ କୌଣସି କିଣାବିକା ହେବ ନାହିଁ ବୋଲି ବ୍ୟାଙ୍କ ତରଫରୁ ସାଧାରଣ ଜନତାଙ୍କୁ ସଚେତନ କରାଯାଇଛି । ଗତବର୍ଷ କାର୍ଯ୍ୟାଳୟଟିକୁ ବନ୍ଧକ ରଖି ବ୍ୟାଙ୍କର ଋଣ ସୁଝିବାକୁ ଚେଷ୍ଟା କରିଥିଲା ଏଡିଏଜି ।
ସୂଚନା ମୁତାବକ ୟେସ୍ ବ୍ୟାଙ୍କ୍ ମେ ମାସ ୬ ତାରିଖ ରିଲାୟନ୍ସ ଇନଫ୍ରାଷ୍ଟକଚର କୁ ୨ ଲକ୍ଷ ୮୯ ହଜାର ୨୪୪ କୋଟି ଟଙ୍କା ଉଦ୍ଧାରି ସୁଝିବା ପାଇଁ ନୋଟିସ୍ ଦେଇଥିଲା । ନୋଟିସ୍ ର ୬୦ ଦିନ ପରେ ବି ଅମ୍ବାନୀ ଗ୍ରୁପ୍ ଟଙ୍କା ସୁଝି ପାରିନଥିଲା । ପରେ ୨୨ ଜୁଲାଇରେ ରେ ୟେସ୍ ବ୍ୟାଙ୍କ ଗ୍ରୁପର ତିନୋଟି ସ୍ଥାନକୁ ୟେସ୍ ବ୍ୟାଙ୍କ ନିଜ ହେପାଜତରେ ନେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular