spot_img

କଟକ ସହରରୁ ଆଉ ୫୧ କରୋନା ପଜିଟିଭ୍ ଚିହ୍ନଟ

କଟକ : କଟକ ସହରରୁ ଆଉ ୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ୪୦ଟି କ୍ୱାରେଣ୍ଚାଇନ୍ କେସ୍ ଥିବା ବେଳେ ୧୧ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ଜଣ ସରକାରୀ କ୍ୱାରେଣ୍ଚାଇନରେ ଥିବା ବେଳେ ୩୩ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ।

ସେହିପରି ସ୍ଥାନୀୟ ସଂକ୍ରମିତମାନେ ହେଲେ ଷଣ୍ଢପୁରର ୨୫ ବର୍ଷୀୟ ଯୁବକ, ଯୋବ୍ରାର ୬୨ ବର୍ଷୀୟ ମହିଳା ଓ ୪୬ ବର୍ଷୀୟ ବ୍ୟକ୍ତି, ତେଲେଙ୍ଗା ବଜାରର ୫୬ ବର୍ଷୀୟ ବ୍ୟକ୍ତି, ସିଡିଏ ସେକ୍ଟର ୧୧ର ୬୦ ବର୍ଷୀୟା ମହିଳା, ମଠ ସାହିର ଜଣେ ୫୯ ବର୍ଷୀୟ କରୋନା ଯୋଦ୍ଧା, ଦେଉଳ ସାହିର ୫୫ ବର୍ଷୀୟ କରୋନା ଯୋଦ୍ଧା । ସେହିପରି ତୁଳସୀପୁର ପୋଲିସ ଷ୍ଟେସନ ନିକଟରୁ ଜଣେ ୩୨ ବର୍ଷୀୟ ଯୁବକ, ବକ୍ସି ବଜାରରୁ ଜଣେ ୩୨ ଓ ୨୭ ବର୍ଷୀୟ କରୋନା ଯୋଦ୍ଧା, ଓଡିଆ ବଜାରରୁ ଜଣେ ୨୮ ବର୍ଷୀୟା ଯୁବତୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, କଟକ ସହରରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୮୪ରେ ପହଁଚିଥିବା ବେଳେ ୩୨୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୦ଜଣ ପ୍ରାଣ ହରାଇଥିବା ବେଳେ ୫୪୭ଟି ସକ୍ରିୟ କେସ୍ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular