ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଗୋଟିଏ ହିନ୍ଦୁ ପରିବାରର ପାଞ୍ଚ ସଦସ୍ୟଙ୍କ ସନ୍ଦେହ ଜନକ ମୃତ୍ୟୁ। ପରିବାରର ୫ଜଣ ସଦସ୍ୟଙ୍କୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗଳା କାଟି ହତ୍ୟା କରାଯାଇଛି। ଏହି ଘଟଣାଟି ମୁଲତାନରେ ରହୀମ ୟାର ଖାନ ସହରରୁ ୧୫ କିଲୋମିଟର ଦୂର ଆବୁଧାବୀ କଲୋନୀରେ ହୋଇଛି। ପରିବାରର ୫ଜଣ ସଦସ୍ୟଙ୍କ ମର ଶରୀର ସନ୍ଦିଦଗ୍ଧ ଅବସ୍ଥାରେ ମିଳିଛି। ଘଟଣା ସ୍ଥଳରୁ ପୋଲିସ ଏକ ଛୁରୀ ସହ ଗୋଟିଏ କୁରାଢୀ ଜବତ କରିଛି। ରହିମ ୟାର ଖାନରେ ସାମଜିକ କାର୍ଯ୍ୟକର୍ତ୍ତା ବୀରବଲ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ରାମ ଚନ୍ଦ୍ର ମେଘବାଲ ହିନ୍ଦୁ ଥିଲେ ଏବଂ ତାଙ୍କ ବୟସ ୩୫ରୁ ୩୬ ବର୍ଷ ମଧ୍ୟରେ ଥିଲା। ବୀରବଲ ଦାସଙ୍କ ଅନୁସାରେ ରାମ ଚନ୍ଦ୍ର ମେଘବାଲ ଦୀର୍ଘ ଦିନ ହେବ ଗୋଟିଏ ସିଲେଇ ଦୋକାନ ଚଳାଉଥିଲେ। ଏବଂ ସେ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି ଥିଲେ। ତେଣୁ ସେ ଏକ ହସଖୁସିର ଜୀବନ ଯାପନ କରୁଥିଲେ। ଏବଂ ତାଙ୍କ ମୃତ୍ୟୁର ଏଭଳି ଘଟଣା ଆଶ୍ଚର୍ଯ୍ୟ ଜନକ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0