spot_img

ଚିଲିକାରେ ଆରମ୍ଭ ହୋଇଛି ଫିସିଙ୍ଗ କ୍ୟାଟ ଗଣନା

ଖୋର୍ଦ୍ଧା: ଚିଲିକାରେ ଆରମ୍ଭ ହୋଇଛି ଫିସିଙ୍ଗ କ୍ୟାଟ ଗଣନା । ସମଗ୍ର ଭାରତ ବର୍ଷରେ ପ୍ରଥମ ଥର ପାଇଁ ଏହି ଗଣନା ଆରମ୍ଭ ହୋଇଛି । ଏକ ଏନଜିଓ ସହାୟତାରେ ସିଡିଏ ଏହି ଗଣନା କରୁଛି । କେବଳ ମାଛକୁ ଖାଦ୍ୟ ଭାବେ ଗ୍ରହଣ କରି ବଞ୍ଚୁଥିବା ଏହି ଫିସଙ୍ଗ କ୍ୟାଟର ସଂଖ୍ୟା କେତେ ଅଛି ତାହାର ଗଣନା କରାଯାଉଛି । କ୍ୟାମେରା ସାହାଯ୍ୟରେ ଗଣନା କରାଯାଉଥିବା ସିଡିଏ ପକ୍ଷରୁ ସୂଚନା । ସାଧାରଣତଃ ଚିଲିକାର ଆଦ୍ରଭୂମି ସ୍ଥାନରେ ଏବଂ ନଳଘାସ ଇଲାକାରେ ଫିସିଙ୍ଗ କ୍ୟାଟ ଦେଖିବାକୁ ମିଳେ । ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ସର୍ବୋମୋଟ ୭ଟି ସ୍ଥାନରେ ଗଣନା କରାଯାଉଛି । ପ୍ରାୟ ଏକ ମାସ ଧରି ଚାଲିବ ଗଣନା । ସମୁଦାୟ ୭ଟି ଟିମ୍ ଗଠନ ହୋଇଛି ଏବଂ ପ୍ରତି ଟିମରେ ୬ଜଣ ଲେଖାଏଁ ଟେକ୍ନିକାଲ ପର୍ସନ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular