ଖୋର୍ଦ୍ଧା : ନିଆଁ ଲାଗି ଜଳିଗଲା ୧୬ ବଖରା ଘର । ଆଖି ପିଛୁଳାକେ ୧୦ଟି ପରିବାରର ୧୬ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସାନ-ନଇରୀ ଗାଁରେ । ରୋଷେଇ କରୁଥିବା ସମୟରେ ଗ୍ୟାସ ଲିକ ହୋଇ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ଘର ମଧ୍ୟରୁ ଜିନିଷପତ୍ର ଉଦ୍ଧାର କରିବା ସମ୍ଭବ ହୋଇପାରିନଥିଲା । ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ନିଆଁକୁ ଆୟତ କରିବା ବେଳେକୁ ସବୁ କିଛି ଜଳିପୋଡି ପାଉଁଶ ହୋଇଯାଇଥିଲା । ବର୍ତ୍ତମାନ କ୍ଷତି ଗ୍ରସ୍ତ ପରିବାରଙ୍କ ପାଖରେ ଖାଇବା ତ ଦୂରର କଥା ପିନ୍ଧିବା ପାଇଁ ବସ୍ତ୍ର ଖଣ୍ଡିଏ ବି ନାହିଁ । ଏଭଳି ପରିପ୍ରେକ୍ଷୀରେ ପ୍ରାଶାସନ ପକ୍ଷରୁ ସୋମନଙ୍କୁ ତୁରନ୍ତ ସାହାର୍ଯ୍ୟ ଯୋଗାଇବାକୁ ଗ୍ରମାବାସୀ ମାନେ ଦାବି କରିଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0