spot_img

ଚିନ୍ତା ବଢାଉଛି କରୋନା ସଂକ୍ରମଣ

ଦିନକୁ ଦିନ ମହାରାଷ୍ଟ୍ର ସରକାଙ୍କ ଚିନ୍ତା ବଢାଉଛି କରୋନା ସଂକ୍ରମଣ। ମୁମ୍ବାଇ ଠାରୁ ଥାନେ ଓ ବିର୍ଦ୍ଦଭରର ଏକାଧିକ ସ୍ଥାନରେ ସଂକ୍ରମଣ ବଢ଼ୁଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟରେ ରଖି ଥାନେ ପ୍ରଶାସନ ସଂକ୍ରମଣ ଅଧିକ ଥିବା ଜିଲ୍ଲାର ୧୬ଟି ସ୍ଥାନରେ ଆଜିଠାରୁ ଲକଡାଉନ ଲାଗୁ କରିଛି। ମାର୍ଚ୍ଚ ୯ରୁ ମାର୍ଚ୍ଚ ୩୧ ଯାଏ କଡ଼ାକଡ଼ି ଭାବେ ୧୬ଟି ଯାକ କରୋନା ହଟସ୍ପଟରେ ଏହା ପାଳନ କରାଯିବ ବୋଲି ମ୍ୟୁନସିପାଲ କମିଶନର ଡ ବିପନ ଶର୍ମା କହିଛନ୍ତି। କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଠାରେ ସ୍ଥିତି ଅକ୍ଟୋବର ମାସରୁ ସୁଧୁରିବା ଆରମ୍ଭ କରିଥିଲା। ହେଲେ ଅନଲକ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ରାଜ୍ୟରେ ଜାନୁଆରୀ ମାସଠାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଥାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ୩ଟି ସର୍କଲର ୧୬ଟି ଅଞ୍ଚଳକୁ ହଟସ୍ପଟ ତାଲିକାରେ ସାମିଲ କରାଯାଇଛି। ଏଠାରେ ଲକଡାଉନ ଲାଗୁ କରାଯାଇଥିବାରୁ ଲୋକଙ୍କ ଭିଡ଼ ଜମିବ ନାହିଁ। ସେହିପରି ଦରକାର ନଥିଲେ ଲୋକେ ଘରୁ ବାହାରିବେ ନାହିଁ। ସେହିପରି ପ୍ରଶାସନର ଅନୁମତିକ୍ରମେ ହିଁ ଦୋକାନ ବଜାର ଖୋଲିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular