spot_img

ଆଖିତଳେ କଳାଦାଗ ପଡ଼ୁଛି କି? ଜାଣନ୍ତୁ କିପରି କରିବେ ଉପଚାର . . . . .

ଆଜିର ଡିଜିଟାଲ ଯୁଗରେ ମୋବାଇଲ, କମ୍ପୁ୍ୟଟର ଓ ଟିଭିର ବହୁଳ ବ୍ୟବହାର ଯୋଗୁଁ ଆଖ ଉତ୍ପରେ ପ୍ରଭାବ ପଡୁଛି । ତା’ଛଡା କାମର ଚାପ, ମାନସିକ ଅଶାନ୍ତି, ନିଦ୍ରାହୀନତା ପାଇଁ ଆଖିର ତଳ ଅଂଶ କଳା ପଡିଥାଏ । ଜାଣନ୍ତୁ କିପରି କରିବେ ଏହାର ଘରୋଇ ଉପଚାର ।

ସାଧାରଣତଃ ଆଳୁକୁ ଆମେ ଖାଦ୍ୟ ରୁପେ ବ୍ୟବହାର କରିଥାଉ । ଏହାକୁ ଗୋଲ କରି କାଟି ଆଖି ଉପରେ ରଖିବା ଦ୍ୱାରା କଳା ଦାଗ କମିଥାଏ । କାକୁଡି ରସ ମଧ୍ୟ ଆଖି ପାଇଁ ଉପକାରୀ ହୋଇଥାଏ । ଏହି ରସକୁ ପ୍ରତିଦିନ ଆଖିରେ ଲଗାଇଲେ କଳାଦାଗ କମିଥାଏ ।
ବାଦାମ, ଗୋଲାପ ଫୁଲର ପାଖୁଡା, ମହୁ, ନଡିଆ ତେଲ ଓ ଘିକୁଆଁରୀ ରସକୁ ପେଷ୍ଟ କରି ରାତିରେ ଶୋଇଲା ବେଳେ ନିୟମିତ ଆଖିରେ ଲଗାଇଲେ ଏହି ଦାଗ ସମ୍ପୂର୍ଣ୍ଣ ରୂପେ ଭଲ ହୋଇଯାଇଥାଏ ।

କମଳାରସରେ ଗ୍ଲେସରିନ ମିଶାଇ ୨୦ ମିନିଟ ପାଇଁ ଆଖିରେ ଲଗାଇବେ । ଏହାପରେ ଥଣ୍ଡା ପାଣିରେ ମୂହଁକୁ ଧୋଇବା ଦ୍ୱାରା ଉପଶମ ମିଳିଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular