ମମତାଙ୍କୁ ଡ଼ବଲ ଝଟକା। ନିର୍ବାଚନ ପୂର୍ବରୁ ଦିଦିଙ୍କ ହାତ ଛାଡ଼ିଲେ ୫ ବିଧାୟକ।ଟିଏମ୍ସି ହାତ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ଏହି ୫ ବିଧାୟକ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପଶ୍ଚିମବଙ୍ଗ ରାଜେନୈତିକ ମାହୋଲ ସରଗରମ ହୋଇଛି। ବିଜେପିର ହାଇକମାଣ୍ଡମାନେ ପଶ୍ଚିମବଙ୍ଗ ଗସ୍ତ କରି ପ୍ରଚାର ଜୋରଦାର ଚଳାଇଛନ୍ତି। ସେପଟେ ବିଜେପିକୁ ଜୋରଦାର ଟକ୍କର ଦେଉଛନ୍ତି ଦିଦି। ତେବେ ଦିଦିଙ୍କ ବଳ କମାଇବାକୁ ସବୁ ପ୍ରକାର ପ୍ରଚେଷ୍ଟା ଚଳେଇଛି ବିଜେପି। ପୂର୍ବରୁ ଟିଏମ୍ସିର ବହୁ ବଡ଼ ନେତା ବିଜେପିରେ ସାମିଲ ହୋଇଥିବା ବେଳେ ଏବେ ଆଉ ୫ ବିଧାୟକ ଦିଦିଙ୍କ ହାତ ଛାଡ଼ିଛନ୍ତି। ସିଙ୍ଗୁରର ଟିଏମ୍ସି ବିଧାୟକ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ, ଦ୍ୱିପେନ୍ଦୁ ବିଶ୍ୱାସ, ସୋନାଲି ଗୁହା, ଜଟୁ ଲହୋରୀ, ସୀତଲ ସରଦାର ବିଜେପିରେ ସାମିଲ ହୋଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0