spot_img

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘର ଖୁସିରେ ଭରିଯାଇଛି ଯେତେବେଳେ ତାଙ୍କ ପତ୍ନୀ ନତାଶା ଷ୍ଟାନକୋବିଚରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ବାପା ହୋଇଛନ୍ତି, ଏହି ଖବର ପଣ୍ଡ୍ୟା ସୋସିଆଲ ମିଡିଆରେ ଏକ ଫୋଟ ପୋଷ୍ଟ କରିଛନ୍ତି । ସେଇ ପୋଷ୍ଟରେ ପାଣ୍ଡ୍ୟା ନିଜ ପୁତ୍ର ସନ୍ତାନର ହାତ ଧରିଛନ୍ତି । ପାଣ୍ଡ୍ୟା ଫ୍ୟାନମାନଙ୍କୁ ସରପ୍ରାଇଜ ଦେବାକୁ ଯାଇ ସମୁଦ୍ର ମଝିରେ ଜାନୁଆରୀ ୧ରେ ଅଭିନେତ୍ରୀଙ୍କ ନତାଶାଙ୍କ ସହ ନିର୍ବନ୍ଧ କରିଥିଲେ । ସେବେଠାରୁ ଉଭୟ ଗୋଟିଏ ଘରେ ରହୁଥିଲେ । ଏହାପରେ ସେ ଲକଡାଉନ ସମୟରେ ଫ୍ୟାନଙ୍କୁ ନତାଶା ଗର୍ଭବତୀ ଥିବା ନେଇ ଖବର ଦେଇଥିଲେ । ଏହା ପରେ ତାଙ୍କୁ ଓ ପତ୍ନୀଙ୍କୁ ଇଣ୍ଡିଆ ଟିମ ନୂଆ ଜୀବନକୁ ଆରମ୍ଭ କରିବାକୁ ଶୁଭକାମନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular