ଲଭ, ସେକ୍ସ, ଧୋକାର କୁପରିଣତି । ନାବାଳିକା ପ୍ରେମିକାକୁ ଗର୍ଭବତୀ କରାଇ ଫେରାର ହେଲା ପ୍ରେମିକ । ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ବସିଲା ପ୍ରେମିକା । ବିବାହ ପ୍ରଲୋଭନ ଦେଖାଇ ପ୍ରେମିକ ଏପରି କାଣ୍ଡ ଭିଆଇଥିବା ସୂଚନା । ଘଟଣା ଘଟିଛି ରାଜକନିକା ଥାନା ଅନ୍ତର୍ଗତ ସାତଘରିଆ ଗାଁରେ । ଗାଁର ରବିନାରାୟଣ ସାହୁଙ୍କ ୨୬ ବର୍ଷୀୟ ପୁଅ ଜଗନ୍ନାଥ ସାହୁ ଓରଫ ଜଗା ବୋଲି ଜଣା ପଡିଛି । ଜଗାର ଉକ୍ତ ଗାଁର ୧୩ ବର୍ଷିୟ ଝିଅ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ପରେ ବିବାହର ପ୍ରତିଶୃତି ଦେଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲା ପ୍ରେମିକ । ଦୁଇ ମାସର ଗର୍ଭବତୀ କଥା ଜାଣିବା ପରେ ପିଡିତାକୁ ଗ୍ରହଣ କରିବାକୁ ମନା କରିଦେଇଥିଲା ପ୍ରେମିକ । ପରେ ନାବଳିକା ଗର୍ଭବତୀ ଥିବା ଜାଣିପାରିଥିଲେ ଝିଅର ମାଆ । ଝିଅକୁ ପଚାରିବା ପରେ ପ୍ରେମିକ ଜଗା କଥା କହିଥିଲା । କିନ୍ତୁ ଜଗା ଏବଂ ତା ପରିବାର ଲୋକେ ଏହି କଥାକୁ ସ୍ୱୀକାର କରିନଥିଲେ । ଏନେଇ ପିଡିତାକୁ ନ୍ୟାୟ ଦେବା ଲାଗି ଗ୍ରାମର କିଛି ମୁରବୀ ସମାଧାନ ଲାଗି ଚେଷ୍ଟା କରି ବିଫଳ ହୋଇଥିଲେ । ତେବେ ଗତ କାଲିଠାରୁ ପିଡିତା ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି । ସେପଟେ ଏନେଇ ଜଗନ୍ନାଥଙ୍କ ପରିବାର କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଜଗା ଫେରାର ହୋଇଯାଇଥିବା ଜଣାପଡିଛି । ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାକୁ ପଛାଇବେନି କହିଛନ୍ତି ପିଡିତା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0