spot_img

ବି.ଏସ୍ .ଏଫ୍ ଯବାନଙ୍କ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ୱର: ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ପକ୍ଷରୁ ସାଇକେଲ ଶୋଭାଯାତ୍ରା ଓ ପଦଯାତ୍ରା ଆୟୋଜିତ ହୋଇଯାଇଛି। ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ୟ୍ୟକ୍ରମ ଅନ୍ତର୍ଗତ ଭୁବନେଶ୍ୱର ଠାରେ କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା । କାର୍ୟ୍ୟକ୍ରମକୁ ବି.ଏସ.ଏଫ ଆଇଜି ମଧୁସୂଦନ ଶର୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବି.ଏସ.ଏଫ ଡିଆଇଜି ଅର୍ଜୁନ ସିଂ ରାଠୋରଙ୍କ ସମେତ ବହୁ ସଂଖ୍ୟକ ବିଏସଏଫ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ରାଷ୍ଟ୍ରୀୟ ଏକତା ରକ୍ଷା କରିବା ଓ ପରିବେଶ ସୁରକ୍ଷା ପାଇଁ ସମାଜକୁ ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଛି। ଗଜପତିନଗର ସ୍ଥିତ ବିଏସଏଫ ମୁଖ୍ୟାଳୟରୁ ଏହି ସାଇକେଲ ଶୋଭାଯାତ୍ରା ବାହାରିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular