ଭୁବନେଶ୍ୱର: ଥାନା ଭିତରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛି ଜଣେ ପାଗଳ ପ୍ରେମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଲ୍ଲୀ ଥାନାରେ । ଯୁବକ ଜଣଙ୍କ ଗଞ୍ଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁରର ଅଜୟ ଦୋରା ବୟସ ୨୦ ବର୍ଷ । ଯୁବକ ଜଣଙ୍କ ନୂଆପଲ୍ଲୀ ନାବାର୍ଡ ବ୍ୟାଙ୍କ ପଛରେ ଥିବା ଗଣପତିନଗର ବସ୍ତିର । ଅଜୟ ସେହି ବସ୍ତିରେ ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲେ । ପ୍ରାୟ ବର୍ଷେ ହେବ ସେ ନାବାଳିକାକୁ ପ୍ରେମ ନିବେଦନ କରୁଥିଲା । ଏପରିକି ନାବାଳିକାଙ୍କ ବାପା-ମା’ଙ୍କୁ ଝିଅ ସହ ବିବାହ କରିବାକୁ ପ୍ରସ୍ତାବ ଦେଉଥିଲେ । କିନ୍ତୁ ନାବାଳିକାଙ୍କ ପରିବାର ଲୋକେ ରାଜି ନଥିଲେ । ବାରମ୍ୱାର ଅଜୟ ଆସି ବିବାହ ପ୍ରସ୍ତାବ ଦେବାରୁ ନାବାଳିକାକୁ ପରିବାର ଲୋକେ ୨ ମାସ ହେବ ରାଜସ୍ଥାନ ପଠାଇ ଦେଇଥିଲେ । ସେବେଠାରୁ ଅଜୟ ପାଗଳପ୍ରାୟ ହୋଇ ବୁଲୁଥିଲେ । ଶେଷରେ ସେ ପୋଲିସକୁ ଏଥିରେ ହସ୍ତକ୍ଷେପ କରିବାକୁ କହିଥିଲେ । ରାଜସ୍ଥାନରୁ ନାବାଳିକାକୁ ଆଣି ମୋ ସହ ବିବାହ କରିଦିଅ ବୋଲି ଥାନାରେ ଯାଇ ବାରମ୍ୱାର କହୁଥିଲେ । ନିରାଶ ହୋଇ ଗତକାଲି ରାତିରେ ଅଜୟ ପେଟ୍ରୋଲ ଓ ଦିଆସିଲି ଧରି ଥାନାରେ ପଶି ଟେବୁଲ ନିକଟରେ ପହଞ୍ଚି କାହିଁକି ମୋ ମାମଲାରେ ହସ୍ତକ୍ଷେପ କରୁନାହିଁ ବୋଲି କହି ପୁଲିସଙ୍କୁ ଗାଳିଗୁଲଜ କରିଥିଲେ । ଶେଷରେ ଦେହରେ ପେଟ୍ରୋଲ ଢାଳି ଦିଆସିଲି ମାରିବାକୁ ଉଦ୍ୟମ କରୁଥିବା ବେଳେ ଡିସିଓ ଏଏସ୍ଆଇ ସୁଧାକର ପାତ୍ର ଓ ଅନ୍ୟ କର୍ମଚାରୀମାନେ ଅଜୟଙ୍କୁ କାବୁ କରି ନେଇଥିଲେ । ତାଙ୍କ ହାତରୁ ପେଟ୍ରୋଲ ବୋତଲ ଓ ଦିଆସିଲି ଛଡ଼ାଇ ନେଇଥିଲେ । ପରେ ନେଇ ଏଏସ୍ଆଇ ଶ୍ରୀ ପାତ୍ରଙ୍କ ଅଭିଯୋଗକୁ ଭିତ୍ତିକରି ଅଜୟଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା । ପରେ ଅଜୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0