ଭାରତରେ ତିଆରୀ ହେବ ଜନସନ ଆଣ୍ଡ ଜନସନର କୋଭିଡ ଟିକା ।କ୍ୱାଡ ରାଷ୍ଟ୍ର ସମୂହର ଟିକା ବିକାଶ ଯୋଜନାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏବଂ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ମିଳିତ ସହାଭାଗିତାରେ ଏହି ଟିକା ତିଆରି କରାଯିବ । ଭାରତରେ ଏହି ଟିକା ପ୍ରସ୍ତୁତ କରିବା ପାଇଁ ଜାପାନ ଏବଂ ଆମେରିକା ଅର୍ଥ ଯୋଗାଣ କରିବେ ଏବଂ ଅଷ୍ଟ୍ରେଲିଆ ବିଭିନ୍ନ ରାଷ୍ଟ୍ରକୁ ଏହି ଟିକା ପହଂଚାଇବା ପାଇଁ ପରିବହନ ଦାୟିତ୍ୱ ଗ୍ରହଣ କରିବ । ବିଶ୍ୱର ସବୁଠାରୁ ବଡ ଟିକା ନିର୍ମାତା ରାଷ୍ଟ୍ର ଭାରତରେ ଏବେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର କୋଭିଡ ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ- ଆଇସିଏମଆର ସ୍ୱଦେଶୀ ଟିକା କୋଭାକ୍ସିନର ଉତ୍ପାଦନ ହେଉଛି । ଭାରତ ଏହି ଦୁଇ ଟିକାକୁ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମୋଦନ କରିବା ସହ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଟିକା ଯୋଗାଇ ଦେଉଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0