ନୂଆଦିଲ୍ଲୀ: କାତାରରେ ଫିଫା ବିଶ୍ୱକପ୍ ଯୋଗ୍ୟତା ଖେଳିବ ଭାରତ । ଭାରତ ଏହାର ଅବଶିଷ୍ଟ ୩ଟି ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ କାତାରରେ ଖେଳିବ । କରୋନା ଭାଇରସ ଜନିତ ଗସ୍ତ ଓ କ୍ୱାରାଣ୍ଟାଇନ କଟକଣା ଯୋଗୁଁ ଏସିଆନ ଫୁଟବଲ କନଫେଡେରେଶନ ମ୍ୟାଚଗୁଡିକ ନିର୍ଦ୍ଦିଷ୍ଟ ଭେନୁ୍ୟରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନେଇଛି । ମୂଳ କାର୍ଯ୍ୟସୂଚୀ ଅନୁସାରେ କାତାର ବିପକ୍ଷରେ ଭାରତୀୟ ଦଳ ନିଜ ଦେଶରେ, ବାଲାଂଦେଶ ବିପକ୍ଷରେ ଦେଶ ବାହାରେ ଏବଂ ଆଫଗାନିସ୍ତାନ ବିପକ୍ଷରେ ନିଜ ଦେଶରେ ଖେଳିଥାନ୍ତା । ମାତ୍ର ବିଶ୍ୱରେ କରୋନାଜନିତ ସମସ୍ୟା ଯୋଗୁଁ କାର୍ଯ୍ୟସୂଚୀରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ଫିଫା ବିଶ୍ୱକପ ୨୦୨୧ ଆୟୋଜକ କାତାର, କିରଗିଜ ରିପ୍ଲିବକ, ତାଜିକସ୍ତାନ ଏବଂ ମଙ୍ଗୋଲିଆକୁ ନେଇ ଗ୍ରୁପ ଏଫ ର ମ୍ୟାଚଗୁଡିକ ମଧ୍ୟ ଆୟୋଜନ କରିବ ବୋଲି ପ୍ରକାଶ ପାଇଛି । ଫିଫା ବିଶ୍ୱକପ କାତାର ୨୦୨୨ ଏବଂ ଏଏଫସି ଏସିଆନ କପ ଚାଇନା ୨୦୨୩ ପାଇଁ ଏସିଆନ କ୍ୱାଲିଫାୟାର୍ସ ମ୍ୟାଚଗୁଡିକ ଚଳିତବର୍ଷ ମେ ୩୧ ରୁ ଜୁନ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0