spot_img

କେନ୍ଦୁଝରରେ ମହିଳାଙ୍କୁ ଗଣଦୁଷ୍କର୍ମ

ବଡବିଲ : କେନ୍ଦୁଝରର ବଡବିଲ ଭଦ୍ରାସାହିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗତ ଗୁରୁବାର ଦିନ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସୁଚନାରୁ ଜଣାପଡ଼ିଛି ମଧ୍ୟପ୍ରଦେଶରୁ ଆସି ଭଦ୍ରାସାହିରେ ରହି ଡ୍ରାଇଭର ଭାବେ କାମ କରୁଥିଲେ ଜଣେ ବ୍ୟକ୍ତି । ତାଙ୍କ ପତ୍ନୀଙ୍କ ସହ ଝଗଡା ହେବା ପରେ ମହିଳା ଜଣକ ଘର ଛାଡି ଚାଲିଯାଇଥିଲେ । ଏହି ସମୟରେ ରୋଇଡା ଛକ ନିକଟରେ ମହିଳାଙ୍କ ପରିଚିତ ଅନ୍ୟ ଦୁଇ ଜଣ ଡ୍ରାଇଭର ଖୁଦାବକ୍ସ ଅନସାରୀ ଓ ମହମ୍ମଦ ନାସିର ତାଙ୍କୁ ଲିଫ୍ଟ ଦେଇଥିଲେ । ଏହାପରେ ସେହି ଟ୍ରକରେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ୩ଦିନ ତାଙ୍କୁ ଘରେ ଜୋରଜବରଦସ୍ତ ରଖି ଶାରିରୀକ ନିର୍ୟାତନା ଓ ଦୁଷ୍କର୍ମ କରିିବା ଅଭିଯୋଗ ଆସିଛିି । ତେବେ ମହିଳା ଜଣକ କୌଣସି ମୋତେ ସେଠାରୁ ଖସି ନିଜ ସ୍ୱାମୀଙ୍କ ସହ ବଡବିଲ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଦୁଷ୍କର୍ମ କରାଯାଇଥିବା ଗାଡିକୁ ଜବତ କରିଛି । ବଡବିଲ ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଆରମ୍ଭ କରିଛିି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular