ନୟାଗଡ଼ : ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ । ନୟାଗଡ଼ର ଭାପୁର ବ୍ଲକର ବାଇଗୁଣିଆ ଛକରେ ଅବସ୍ଥିତ ପଠାଣୀସାମନ୍ତ କଲେଜରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଞ୍ଜୟ ମିଶ୍ରଙ୍କ ତତ୍ୱାବଧାନରେ ଏହି ପ୍ରତିଯୋଗିତା ଅନୁ୍ଷ୍ଠିତ ହୋଇଥିଲା । ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସତ୍ୟ, ପ୍ରେମ, ଶାନ୍ତି, ଧର୍ମ, ଅହିଂସାର ଅନ୍ତର୍ନିହିତ ଶକ୍ତିର ବିକାଶ ଓ ଅଖଣ୍ଡତାର ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ଆଲୋଚନାଚକ୍ର କରାଯାଇଥିଲା । ଶେଷରେ କୃତୀ ପ୍ରତିଯୋଗୀଙ୍କୁ ରବିନ୍ଦ୍ର କୁମାର ଦାସ ଏବଂ ଇତିଶ୍ରୀ ବେହେରା ପୁରସ୍କାର ବିତରଣ କରିଥିଲେ। କାର୍ୟ୍ୟକ୍ରମରେ ସଂଯୋଜକ ସର୍ବେଶ୍ଵର ମହାରଣା, କଲେଜ ଅଧ୍ୟକ୍ଷ ସର୍ବେଶ୍ଵର ସାହୁ, ମୁଖ୍ୟ ଅତିଥି ରୂପେ ଅଧ୍ୟାପକ ଭାଗିରଥି ମହାରଣା ଯୋଗ ଦେଇଥିଲେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0