spot_img

କୁକୁଡା ବ୍ୟବସାୟୀଙ୍କଠୁ ଲୁଟ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା କନ୍ଧଉଲବା ଗ୍ରାମର କୁକୁଡ଼ା ବ୍ୟବସାୟୀଙ୍କଠାରୁ ଲୁଟ। ମାରଣାସ୍ତ୍ର ଦେଖାଇ ବ୍ୟବସାୟୀ ରଞ୍ଜିତ ବେହେରାଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ରବିବାର ରଞ୍ଜିତ ଘୁନସର ଅଞ୍ଚଳରେ କୁକୁଡ଼ା ଦେଇ ଫେରୁଥିଲେ । ମଧ୍ୟାହ୍ନ ୧୨ଟା ସମୟରେ ଦେଢେଲ ଗ୍ରାମର ଆମ୍ବ ବଗିଚା ଠାରେ ଏକ ବାଇରେ ୩ଜଣ ଦୁର୍ବୁତ୍ତ ଆସି ତାଙ୍କୁ ଅଟକାଇଥିଲେ । ଏପରିକି ମାରଣାସ୍ତ୍ର ଦେଖାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏ ନେଇ ରଞ୍ଜିତ ବେହେରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular