ନୂଆଦିଲ୍ଲୀ: ଅମ୍ବାନିଙ୍କ ଘର ବାହାରେ ବିସ୍ଫୋରକ ମାମଲା । ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରେ ଥିବା ବିସ୍ଫୋରକ ଭର୍ତ୍ତି ଏସ୍ୟୁଭି ଗାଡ଼ି ଜବତ ମାମଲାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚର ସହକାରୀ ପୁଲିସ ଇନ୍ସପେକ୍ଟର ସଚିନ୍ ଭାଜେଙ୍କୁ ହେପାଜତକୁ ପଠାଇ ଦେଇଛନ୍ତି । ଏକ ସ୍ବତନ୍ତ୍ର କୋର୍ଟ ଆଗାମୀ ୨୫ ତାରିଖ ଯାଏଁ ଏନ୍ଆଇଏ ହେପାଜତକୁ ପଠାଇ ଦେଇଛନ୍ତି। ଶନିବାର ୧୩ ଘଣ୍ଟା ମାରାଥନ୍ ପଚରା ଉଚରାବେଳେ ଅମ୍ବାନୀଙ୍କୁ ବୋମା ଧମକ ଷଡ଼ଯନ୍ତ୍ରରେ ଥିବା ସମ୍ପୃକ୍ତିକୁ ସେ ସ୍ବୀକାର କରିଥିଲେ। ଏବଂ ଏହି ଘଟଣାରେ ଶିବସେନା ନେତା ମଧ୍ୟ ଜଡ଼ିତ ଥିବା କହିଥିଲେ। ସ୍ବୀକାରୋକ୍ତି ପରେ ବିଳମ୍ବିତ ରାତିରେ ଭାଜେଙ୍କୁ ଏନ୍ଆଇଏ ଗିରଫ କରିଥିଲା। ଆଜି ତାଙ୍କୁ ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ବିଚାରପତି ତାଙ୍କୁ ୨୪ ପର୍ୟ୍ୟନ୍ତ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ହାଜତରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଶୁକ୍ରବାର ଥାନେ ସେସନ୍ସ କୋର୍ଟ ବ୍ୟବସାୟୀ ମନସୁଖ ହିରନ୍ଙ୍କ ହତ୍ୟା ମାମଲାରେ ଭାଜେଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ଜବତ ଏସ୍ୟୁଭି ମାଲିକ ମନସୁଖ ଅଭିଯୋଗ କରିଥିଲେ ତାଙ୍କ ଏସ୍ୟୁଭି ମାସେ ପୂର୍ବରୁ ଚୋରି ହୋଇ ଯାଇଥିଲା। ପରେ ଗତ ୫ ତାରିଖରେ ମନସୁଖଙ୍କ ମୃତଦେହ ଜବତ କରିଥିଲା ପୁଲିସ । ମନସୁଖଙ୍କ ପତ୍ନୀ ବିମଳା ଏଟିଏସ୍କୁ ବୟାନରେ କହିଥିଲେ, ଭାଜେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ସନ୍ଦେହ ହେଉଛି । କାରଣ ଭାଜେ ହିଁ ବିସ୍ଫୋରକ ଜବତ ହୋଇଥିବା ଏସ୍ୟୁଭି ଗାଡ଼ିକୁ ବ୍ୟବହାର କରୁଥିଲେ। ଶୁକ୍ରବାର ଭାଜେଙ୍କୁ କ୍ରାଇମ୍ ବ୍ରାଞ୍ଚରୁ ସ୍ବତନ୍ତ୍ର ବ୍ରାଞ୍ଚକୁ ବଦଳି କରାଯାଇଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0