ଲଣ୍ଡନ: ଭାରତ ଗସ୍ତରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଆସନ୍ତା ଏପ୍ରିଲ୍ ମାସ ଶେଷ ବେଳକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତ ଗସ୍ତରେ ଆସିବେ। ୟୁରୋପିଆନ ୟୁନିୟନରୁ ଅଲଗା ହେବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କର ଏହା ସବୁଠୁ ବଡ଼ ଆନ୍ତର୍ଜାତୀକ ଗସ୍ତ ବୋଲି ତାଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି। ବୋରିସଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।
ଚଳିତ ବର୍ଷ ୭୨ତମ ଗଣତନ୍ତ୍ର ଦିବସ ଅବସରରେ ବୋରିସ ଜନସନଙ୍କର ଭାରତ ଗସ୍ତ କରିବା କାର୍ୟ୍ୟକ୍ରମ ରହିଥିଲା । ଏହି ସମୟରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତେ । ମାତ୍ର ବ୍ରିଟେନରେ କରୋନାର ନୂଆ ଲହରି ଯୋଗଁ ଏହି ଗସ୍ତ ବାତିଲ ହୋଇଥିଲା। ଏବେ ପ୍ରାୟ ୩ ମାସ ପରେ ସେ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0