ଟିକା ନେବାର ୩ ଦିନ ପରେ କରୋନାରେ ସଂକ୍ରମିତ ହେଲେ ଗୁଜରାଟର ଜଣେ ମନ୍ତ୍ରୀ। ଟିକା ନେବା ସତ୍ତ୍ୱେ ମନ୍ତ୍ରୀ ଇଶ୍ୱରସିଂହ ପଟେଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେ କରୋନାରେ ସଂକ୍ରମିତ ହୋଇଥିବା ନେଇ ଆଜି ଜଣାପଡିଛି। ସେ ମାର୍ଚ୍ଚ ୧୩ ତାରିଖରେ କରୋନା ଟିକା ନେଇଥିଲେ।ମନ୍ତ୍ରୀ ଇଶ୍ୱର ସିଂହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ତାଙ୍କ କରୋନ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ସେ ଅପିଲ କରିଛନ୍ତି। ଯେଉଁମାନେ ଗତ କିଛି ଦିନ ହେବ ତାଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ସେ ନିବେଦନ କରିଛନ୍ତି। ତେବେ ଟିକା ନେବା ପରେ ମଧ୍ୟ ମନ୍ତ୍ରୀଙ୍କୁ କିଭଳି କରୋନା ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0