ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇରେ ଘଟିଛି ଅଭାବନୀୟ ଘଟଣା । ଯୌତୁକ ପାଇଁ ସ୍ୱାମୀ ଓ ଅନ୍ୟମାନେ ମିଶି ସ୍ତ୍ରୀକୁ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ମୃତକଙ୍କ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି। ଦୀର୍ଘ ୮ ବର୍ଷ ତଳେ ରାଜନଗର ବ୍ଲକ କାଳୁ ପଡାଗାଁର ମନୋହର ବିଶ୍ୱାଳଙ୍କ ଝିଅ ଗୀତାଞ୍ଜଳି ବଢ଼େଇ ପଡା ଗାଁର ଦାମୋଦର ବିଶ୍ୱାଳଙ୍କୁ ବିବାହ କରିଥିଲେ । ବିବାହ ପରେ ଶାଶୂଘର ଲୋକେ ଯୌତୁକ ନିର୍ୟାତନା ଦେଇ ଆସୁଥିଲେ । ଏହି ଘଟଣାକୁ ନେଇ ଆପୋଷ ସମାଧାନ ହୋଇ ଆସୁଥିଲେ ମଧ୍ୟ ଶାଶୂଘର ଲୋକେ ମାଡ଼ ମାରି ଆସୁଥିଲେ ବୋଲି ଗୀତାଞ୍ଜଳିଙ୍କ ଭାଇ ଅଭିଯୋଗ କରିଛନ୍ତି । ଦୀର୍ଘଦିନ ଧରି ଲାଗି ରହିଥିବା ପାରିବାରିକ କଳହ ରୁ ଗତ କାଲି ରାତିରେ ସ୍ୱାମୀ, ଶାଶୂ ଓ ଦେଢ଼ଶୁର ମିଶି ନିସ୍ତୁକ ମାଡ଼ ମାରି କରୋସିନି ଢ଼ାଲି ପୋଡ଼ି ମାରି ଦେଇଛନ୍ତି। ପୂର୍ବରୁ ଏଭଳି ହତ୍ୟା ଧମକ ଦେଇ ଆସୁଥିଲେ ବୋଲି ଗୀତାଞ୍ଜଳିଙ୍କ ଭାଇ ଏତଲାରେ ଦର୍ଶାଇଛନ୍ତି। ତେବେ ଘଟଣା ପରେ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0