ନୂଆଦିଲ୍ଲୀ : ଅନଲାଇନ୍ ଠକେଇରୁ ସତର୍କ ରହିବା ପାଇଁ ବ୍ୟାଙ୍କର ବଡ଼ ନିଷ୍ପର୍ତ୍ତି । ‘ଏଟିଏମ୍ ପିନ୍’ ଓ ‘କ୍ରେଡିଟ୍ କାର୍ଡ’ ନମ୍ବର ଆଦି ସେୟାର୍ ନ କରିବାକୁ ଭାରତୀୟ ବ୍ୟାଙ୍କଗୁଡ଼ିକ ସବୁବେଳେ ଗ୍ରାହକମାନଙ୍କୁ ଚେତାବନୀ ଦେଉଛନ୍ତି। ଚେତାବନୀ ସତ୍ତ୍ୱେ ଗ୍ରାହକମାନେ ଏସବୁ ମୌଳିକ ସତର୍କତା ପ୍ରତି ଅବଜ୍ଞା ପ୍ରଦର୍ଶନ କରି ଠକାମିର ସୀକାର ହେଲେ, ବ୍ୟାଙ୍କମାନେ ଦାୟୀ ରହିବେ ନାହିଁ ବୋଲି ଗୁଜରାଟର ଏକ ଖାଉଟି ଅଦାଲତ କହିଛନ୍ତି। ସୂଚନା ଅନୁସାରେ, ନିଜ ଅବହେଳାରୁ ଠକାମିର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ କ୍ଷତିପୂରଣ ଦାବି ଆବେଦନକୁ ଗୁଜରାଟର ଆମରେଲି ଜିଲ୍ଲା ‘କଞ୍ଜୁମର୍ ଡିସ୍ପ୍ୟୁଟ୍ ରିଡ୍ରେସାଲ୍ କମିସନ୍’ ଅଗ୍ରାହ୍ୟ କରି ଉପରୋକ୍ତ କଥା କହିଛନ୍ତି । ୨୦୧୮ ଏପ୍ରିଲ୍ ୨ ତାରିଖ ଦିନ କେହି ଜଣେ ‘ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ର ମ୍ୟାନେଜର ସାଜି, କୁର୍ଜି ଜାଓ୍ଵିଆ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ତାଙ୍କର ‘ଏଟିଏମ୍’ କାର୍ଡର ବିବରଣୀ ମାଗିଥିଲେ। କୁର୍ଜି ତାଙ୍କୁ ‘ଏଟିଏମ୍’ କାର୍ଡର ବିବରଣୀ ଦେଇଥିଲେ। ତହିଁ ଆର ଦିନ ପେନସନ୍ ବାବଦରେ ତାଙ୍କ ଆକାଉଣ୍ଟ୍ରେ ୩୯,୩୮୫ ଟଙ୍କା ଜମା ହେବା କ୍ଷଣି ୪୧, ୫୦୦ ଟଙ୍କା ଉଠିଯାଇଥିଲା। ଆତଙ୍କିତ ହୋଇ ସେ ବ୍ୟାଙ୍କକୁ ଫୋନ୍ କଲେ, କିନ୍ତୁ ବ୍ୟାଙ୍କରୁ କୌଣସି ଜବାବ ମିଳି ନ ଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0