ଡ଼େଲାଙ୍ଗ: ଫନି କ୍ଷୟକ୍ଷତି ହିତାଧିକାରି ମଂଚ ତରଫରୁ ଗଣଧାରଣା । ୨୦୧୯ମେ ମାସରେ ହୋଇଥିବା ପ୍ରଳୟଙ୍କରୀ ଫନି ବାତ୍ୟାରେ ହଜାର ହଜାର ଲୋକ ବସହରା ହୋଇଥିଲେ । ହେଲେ ବାତ୍ୟାକୁ ଏକ ବର୍ଷ ଏଗାର ମାସ ବିତିଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ ଏ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି କ୍ଷୟକ୍ଷତି ମିଳିପାରି ନାହିଁ । ଯାହାକୁ ନେଇ ପୁରୀର ଡ଼େଲାଙ୍ଗ ଫନି କ୍ଷୟକ୍ଷତି ହିତାଧିକାରୀ ମଂଚ ପକ୍ଷରୁ ଆବାହକ, ମୁନିଦା ସମିତି ସଭ୍ୟ ଦୁର୍ଗାଚରଣ ରାଉତରାୟଙ୍କ ନେତୃତ୍ୱରେ ଡ଼େଲାଙ୍କ ତହସିଲ ଆଗରେ ବିଶାଳ ଗଣଧାରଣା ଦିଆଯାଇଛି । ଏହି ଗଣଧାରଣାରେ ୨୫ଟି ପଂଚାୟତର ୭୦୦ରୁ ଅଧିକ ଲୋକ ଯୋଗ ଦେଇଛନ୍ତି । ଗଣଧାରଣା ସହ ଏକ ଦାବି ପତ୍ର ତହସିଲଦାର ମହେଦ୍ର ବାରେଇଙ୍କୁ ମଞ୍ଚ ପକ୍ଷରୁ ପ୍ରଦାନ କରାଯାଇଛି । ଗଣଧାରଣର ଦୀର୍ଘ ପାଂଚ ଘଂଟା ପରେ ତହସିଲଦାର ଫନି ମଂଚ ଆବାହକ ମାନଙ୍କ ସହ ଆଲୋଚନା କରିଥିଲେ । ସେ କହିଥିଲେ ଫନିରେ କ୍ଷୟକ୍ଷତି ହୋଇଥିବା ସଠିକ ହିତାଧିକାରୀ ମାନଙ୍କୁ ସହାୟତା ପ୍ରଦାନ କରାଯିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0