ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଖେଳାଯିବ ଭାରତ-ଇଂଲଣ୍ଡ ଟି ୨୦ ସିରିଜର ଶେଷ ତଥା ପଂଚମ ମ୍ୟାଚ୍। ବର୍ତମାନ ଟି ୨୦ ସିରିଜ ୧-୧ ସ୍ତରରେ ସମାନ ରହିଛି। ତେଣୁ ଆଜିର ମ୍ୟାଚ୍ ଯେଉଁ ଦଳ ଜିତିବ, ସିଏ ସିରିଜ କବଜା କରିବ। ସେଥିପାଇଁ ଏହି ଶେଷ ଟି ୨୦ ଫାଇନାଲ ମ୍ୟାଚ୍ ପରି ରହିବ।ଚତୁର୍ଥ ଟି ୨୦ ରେ ଭାରତ ଦମଦାର ପ୍ରଦର୍ଶନ କରି ଇଂଲଣ୍ଡକୁ ୮ ରନରେ ପରାସ୍ତ କରିଥିଲା। ତେଣୁ ଦଳର ମନୋବଳ ଉଚ୍ଚା ରହିଛି। ଭାରତୀୟ ଦଳରେ ସୂର୍ଯ୍ୟକୁମାର ଯାଦବ, ରିସଭ ପନ୍ତ, ଶ୍ରେୟସ ଆୟାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଭଲ ଫର୍ମରେ ରହିଛନ୍ତି। ତେଣୁ ଆଜି ଆଉ ଏକ ରୋମାଂଚକର ମ୍ୟାଚ ଦେଖିବାକୁ ମିଳିବ ବୋଲି ଦର୍ଶକ ଆଶା ରଖିଛନ୍ତି। ଆଜି ସଂଧ୍ୟା ୭ଟାରେ ଏହି ମ୍ୟାଚ୍ , ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0