ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସର ଅବଧି ବଢ଼ାଇଛନ୍ତି। ଜୁନ ୩୦, ୨୦୨୧ ଯାଏ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସର ଅବଧି ବଢ଼ିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଟ୍ୱିଟ କରି କହିଛି ଯେଉଁମାନେ ଲର୍ଣ୍ଣିଂ ଲାଇସେନ୍ସ ନେଇଛନ୍ତି ସେମାନେ ଫାଇନାଲ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଏବେ ଧାଡ଼ିରେ ଛିଡ଼ା ହେଉଥିବାର ନଜିର ରହିଛି। ହେଲେ କରୋନା ସଂକ୍ରମଣକୁ ନଜରରେ ରଖି ଯେଉଁମାନଙ୍କର ଅବଧି ୧୮ ମାର୍ଚ୍ଚ ୨୦୨୦ ରହିଛି ସେମାନଙ୍କର ଅବଧି ଏବେ ଜୁନ ୩୦ ଯାଏ ଘୁଞ୍ଚାଇବାକୁ ବିଭାଗ ନିଷ୍ପତ୍ତି ନେଇଛି। ତେଣୁ ଜୁନ ପରେ ଫାଇନାଲ ଡ୍ରାଇଭିଂ ପରୀକ୍ଷା ହେବ। ନିକଟରେ କେନ୍ଦ୍ର ସରକାରଙ୍କ ପରିବହନ ବିଭାଗ ଗାଡ଼ି ଗୁଡ଼ିକର ଲାଇସେନ୍ସ ଅବଧି ମାର୍ଚ୍ଚ ୩୧କୁ ବଢ଼ାଇଛନ୍ତି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0