ଭୁବନେଶ୍ବର ୧୩।୬: ରାଜଧାନୀରୁ ପୁଣି ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗରନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦେଇଛି । ଚିହ୍ନଟ ହୋଇଥିବା ୩ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଛି । ଏଥିମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୪୨ଟି ଆକ୍ଟିଭ୍ କେସ୍ ରହିଛି ।

ବିଏମସି ପକ୍ଷରୁ କରାଯାଇଥିବା ଟ୍ବିଟ୍ ରେ ଦର୍ଶାଯାଇଛି ଯେ, ତିନି ସଂକ୍ରମିତଙ୍କ ମଧ୍ୟରୁ ଦୁଇ ଜଣ ସଂକ୍ରମିତ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ଜଣେ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଛନ୍ତି । ହୋମ୍ କ୍ବାରେଣ୍ଟାଇନ୍ରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣେ ଭୀମପୁର ଅଞ୍ଚଳର ୨୭ ବର୍ଷ ବୟସ୍କ ଯୁବକ ଏବଂ ଅନ୍ୟ ଜଣେ କଳିଙ୍ଗ ଷ୍ଟୁଡିଓ ସ୍ଥିତ ଭରତପୁର ଅଞ୍ଚଳର ୩୬ ବର୍ଷ ବୟସ୍କ ଯୁବକ ରହିଛନ୍ତି । ଉଭୟଙ୍କ ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି । ସେହିପରି ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜାଗମରା ଅଞ୍ଚଳର ୩୫ ବର୍ଷ ବୟସ୍ତ ଯୁବକ । ସେହିପରି ଅନ୍ୟଜଣେ ଡୁମଡୁମା ଏଚବି କଲୋନୀର ୪୮ ବର୍ଷ ବୟସ୍କ ବ୍ୟକ୍ତି । ସେ ନିକଟରେ ଗଞ୍ଜାମ ଜିଲ୍ଲାରୁ ଫେରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0