spot_img

ଭୁବନେଶ୍ୱର XIMB କ୍ୟାମ୍ପସରୁ ୪୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱର XIMB ଇନଷ୍ଟିଚ୍ୟୁଟରୁ ୪୫ କରୋନା ପଜିଟିଭ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କର ଟ୍ରାଭେଲ ହିଷ୍ଟ୍ରି ଜଣାପଡିଥିବା ନେଇ ସ୍ପଷ୍ଟ କରିଛନ୍ତି ଏସଆରସି । ଏସବୁ ଭିତରେ ଭୁବନେଶ୍ୱରର ଏକ୍ସଆଇଏମବିରେ ବହୁ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୂରା କ୍ୟାମ୍ପସକୁ ବିଏମସି ପକ୍ଷରୁ ସିଲ କରାଯାଇଛି । ଏପରିକି ଉକ୍ତ ଶିକ୍ଷାନୁଷ୍ଠାନକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । କ୍ୟାମ୍ପସ ଭିତରୁ କେହି ବାହାରକୁ ଆସିପାରିବେନି ଏବଂ କ୍ୟାମ୍ପସ ଭିତରକୁ ମଧ୍ୟ କେହି ବାହାର ଲୋକ ପ୍ରବେଶ କରିପାରିବେନି ବୋଲି କୁହାଯାଇଛି । ବିଏମସି ଅଧିକାରୀଙ୍କ ବିନା ଅନ୍ୟ କାହାକୁ କ୍ୟାମ୍ପସ ଭିତରକୁ ପ୍ରବେଶ ଅନୁମତି ଦିଆଯାଇନାହିଁ ।ଜରୁରୀ ସାମଗ୍ରୀ ଓ ଔଷଧ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ, ଶିକ୍ଷାନୁଷ୍ଠାନରେ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କର କରୋନା ଟେଷ୍ଟ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ହଷ୍ଟେଲ ରୁମରେ ସଙ୍ଗରୋଧରେ ରଖାଯିବ । କୌଣସି ଜରୁରୀକାଳୀନ ମେଡିକାଲ ସେବା ପାଇଁ ବିଏମସିର ହେଲ୍ପଲାଇନକୁ ଫୋନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular