ରାଜକନିକା: କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ଦାବିନେଇ ଆଜି ରାଜକନିକାର ନୟନା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ଜନମଞ୍ଚ ।ଏହି ଜନମଞ୍ଚରେ କନିକା ଜନଦରବାରର ପ୍ରତିଷ୍ଠତ l ବୈକୁଣ୍ଠ ନାଥ ପରିଡାଙ୍କ ନେତୃତ୍ୱରେ ଆବାହକ ଦୁର୍ୟ୍ୟୋଧନ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କେନ୍ଦ୍ରାପଡା ରାଜ୍ୟକୁ ସର୍ବସ୍ୱ ଦେଇଥିବା ବେଳେ ବିଜୁ ବାବୁଙ୍କ କର୍ମଭୂମି ଭାବେ ପରିଚିତ ହେଲେ କେନ୍ଦ୍ରାପଡା କୁ ରାଜ୍ୟ ସରକାର ସବୁକ୍ଷେତ୍ରରେ ଅବହେଳିତ କରିଛନ୍ତି ବୋଲି କହିଥିଲେ । କେନ୍ଦ୍ରାପଡା ର ଜନସାଧାରଣ ଆଜି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବହେଳିତ । ପେଟ କାଟିବା ଠାରୁ ନେଇ ପିଲା ଜନ୍ମ ଯାଏ ସବୁ କ୍ଷେତ୍ରରର ସ୍ୱାସ୍ଥ୍ୟ ସେବା ପାଇବାକୁ ସୁଦୂର କଟକ ଉପରେ ନିର୍ଭର କରୁଛନ୍ତି।ତେଣୁ ମେଡିକାଲ କଲେଜ ନିହାତି ଆବଶ୍ୟକ ବୋଲି କହିଥିଲେ।ଏହି ଜନମଞ୍ଚରେ ରାଜକନିକା ଓ ଆଳି ତଥା ପଟ୍ଟାମୁଣ୍ଡାଇ ର ଶତାଧିକ ଜନସାଧାରଣ ଓ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0