ରାଜକନିକା: କୃଷି ବିଲ୍ ବିରୋଧ କରି କୁଷକ ଅଧିକାର ଯାତ୍ରା । କେନ୍ଦ୍ର ସରକାରଙ୍କ ତିନୋଟି କୃଷି ବିଲକୁ ବିରୋଧ କରି କୃଷକ ଅଧିକାର ଯାତ୍ରା ରାଜଧାନୀ ରୁ ରାଜକନିକାରେ ପହଞ୍ଚିଛି । ଗତ ମାର୍ଚ୍ଚ ୧୨ତାରିଖ ମହାତ୍ମା ଗାନ୍ଧୀଙ୍କର ଐତିହାସିକ ଦାଣ୍ଡି ଯାତ୍ରା ଦିନକୁ ମନେପକାଇ ଆରମ୍ଭ ହୋଇଥିବା ଏହି ଯାତ୍ରା ୨୩ମାର୍ଚ୍ଚ ଭଗତସିଂହଙ୍କର ଜୟନ୍ତୀରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯାତ୍ରାରେ ରାଜ୍ୟର ଏକାଧିକ କୃଷକ ସଙ୍ଗଠନ ସାମିଲ ହୋଇଛନ୍ତି । ରାଜ୍ୟର ବିଭିନ୍ନ ବ୍ଳକର ସଦର ମହକୁମା ଠାରେ ପହଞ୍ଚି ଏହି କୃଷି ବିରୋଧୀ , କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏକତ୍ରିତ ହୋଇ ଦିଲ୍ଲୀର କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ ଆହ୍ୱାନ ଦେଉଛନ୍ତି। ସଭାଯାତ୍ରାରେ ରାଜକନିକା ର ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ୱୟ ସମିତି ସାମିଲ ହୋଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0