ଟେଷ୍ଟ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାର ରୋମାଞ୍ଚଭରା ମୁକାବିଲା ପରେ ଆଜିଠାରୁ ଭାରତ ଓ ଇଂଲଣ୍ଡ ଏକଦିବସୀୟ ଲଢ଼େଇ । ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ଲଢ଼େଇ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ଗତ ଥର ପରି ଏହି ମ୍ୟାଚରେ ବି ଭାରତ ପ୍ରଥମେ ବ୍ୟାଟିଂ କରିବ । ଏଥର କ୍ରୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରିଷ୍ଣା ଏକଦିବସୀୟ ଡେବ୍ୟୁ କରୁଛନ୍ତି। ପ୍ରଥମ ଦୁଇ ଶୃଙ୍ଖଳାକୁ ଜିତିବା ପରେ ଭାରତ ଏହି ତିନି ଟିକିଆ ଶୃଙ୍ଖଳାକୁ ଜିତି ହ୍ୟାଟ୍ରିକ ସଫଳତା ଲାଭ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ନିଜ ଗସ୍ତର ଶେଷ ପର୍ୟ୍ୟାୟକୁ ଜିତି ସମ୍ମାନର ସହ ସ୍ବଦେଶ ଫେରିବା ଆଶାରେ ଅଛି । ଏହା କିନ୍ତୁ ଇଅନ ମୋର୍ଗାନଙ୍କ ଦଳ ପାଇଁ ସେତେଟା ସହଜ ହେଲା ଭଳି ମନେ ହେଉନି । ଭାରତୀୟ ଦୃଷ୍ଟିକୋଣରୁ ଏହି ଶୃଙ୍ଖଳା ୩୫ ବର୍ଷୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାୱନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ। ଅହମଦାବାଦରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ବିଫଳ ହେବା ପରେ ପରବର୍ତ୍ତୀ ଦୁଇ ଦିନିକିଆରେ ତାଙ୍କୁ ସୁଯୋଗ ମିଳି ନ ଥିଲା ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0