ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ମହୁଲି ଗ୍ରାମରେ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ସୁରକ୍ଷା କୁ ନେଇ ତାତିଲେ ଗ୍ରାମବସୀ । ଆଜି ଗ୍ରାମର ମାଁ ଇଂଲାଜିନି ପତ୍ରା ଜଙ୍ଗଲ ରେ ସତାଦିକ ମହିଳା ଓ ପୁରୁଷ ଉପସ୍ଥିତ ହୋଇ ଜଙ୍ଗଲ ସୁରକ୍ଷା କୁ ନେଇ ଏକ ବୈଠକ କରାଯାଇଥିଲା । ଗ୍ରାମବାସୀ ମାନଙ୍କ କହିବା ଅନୁଯାୟୀ ମହୁଲି,ନାଗରାଡ଼ଙ୍ଗରି,ଟହଳିଆଗୁଡା,ନୂଆଗୁଡା ଗ୍ରାମରେ ବସବାସ କରୁଥିବା ସମସ୍ତ ପରିବାର ଦୀର୍ଘ ୧୯୮୨ ମସିହା ଠାରୁ ଜଙ୍ଗଲ ସୁରକ୍ଷା କରିଆସୁଥିବା ବେଳେ ପ୍ରତି ବର୍ଷ ଦୁଇଜଣ ଜଗୁଆଳିଙ୍କୁ ଏକ ଲକ୍ଷ ଟଙ୍କା ଦେଇ ଜଙ୍ଗଲ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । କିନ୍ତୁ ଗ୍ରାମର କିଛି ମୁଷ୍ଟିମେୟ ଲୋକ ଅନ୍ୟ ଗ୍ରାମର ଗୋପାଳ ପୂଜାରି ନାମକ ଜଣେ ବ୍ୟକ୍ତି ଙ୍କ କଥା ରେ ପଡି ମୁହୁଲି ଗ୍ରାମରେ ଥିବା ମାଁ ଇଂଲାଜିନି ପତ୍ରା ଜଙ୍ଗଲକୁ ଦୁଇଭାଗ କରିବା ପାଇଁ ଜିଦ ଧରିଛନ୍ତି । କିନ୍ତୁ କିଛି ଦିନ ହେଲା ସେଇ ବ୍ୟକ୍ତି ମନେ ସୁରକ୍ଷା କରୁଛୁ ବଲି ମିଥ୍ୟା ଅପପ୍ରଚାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜଙ୍ଗଲ କମିଟି ଓ ପ୍ରଶାସନ ପ୍ରତିବର୍ଷ ସେମାନଙ୍କୁ ବିଚାର କରିବା ପାଇଁ ଡାକିଲେ ମଧ୍ୟ ସେମାନେ ନିଷ୍ପତ୍ତି କୁ ଅବମାନନା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।କିନ୍ତୁ ଅନ୍ୟ ଗ୍ରାମର ଜଣେ ଗୋପାଳ ପୂଜାରୀ ନାମକ ବ୍ୟକ୍ତି ଜୋରଜବରଦସ୍ତ ଜଙ୍ଗଲ ସୁରକ୍ଷା ରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହେଇଛି । ଗ୍ରାମବାସୀ ମାନେ କହିଛନ୍ତି ଯେ ପ୍ରକୃତରେ କିଏ ଏହି ଜଙ୍ଗଲ କୁ ସୁରକ୍ଷା କରୁଛି ପ୍ରଶାସନ ତାର ସଠିକ ସତ୍ୟା ସତ୍ୟ କୁ ବିଚାର କରି ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି ଓ ପ୍ରଶାସନ କୁ ପୂର୍ବରୁ ମଧ୍ୟ ସହଜଗ କରିଛୁ ଓ ଆଗାମୀ ଦିନ ମାନଙ୍କରେ ମଧ୍ୟ ସହଜଗ କରିବୁ ଵୋଲି ଗ୍ରାମବାସୀ ମାନେ କହିଛନ୍ତି ଗ୍ରାମବାସୀ ମନେ ଦୀର୍ଘ ବର୍ଷ ଧରି ସୁରକ୍ଷା କରିଆସୁଥିବା ବେଳେ । କେତେଜଣ ଅସାମାଜିକ ବ୍ୟକ୍ତି ମାନେ ସୁରକ୍ଷା କରୁଛୁ ବୋଲି ମିଥ୍ୟା ଅପପ୍ରଚାର କରୁଥିବା ଅଭିଯୋଗ ହୋଇଛି ଜଙ୍ଗଲର ସମସ୍ତ କାଗଜପତ୍ର ଓ ସୁରକ୍ଷା କରୁଥିବା ପ୍ରମାଣ ପତ୍ର ମହୁଲି ଜଙ୍ଗଲ କମିଟି ନିକଟରେ ଥିବା ବେଳେ ମିଥ୍ୟା ଅପପ୍ରଚାର କରି ସୁରକ୍ଷା କରୁଛୁ ବୋଲି କହୁଥିବା ବ୍ୟକ୍ତି ମାନଙ୍କ ପାଖେ କୋୖଣସି ପ୍ରମାଣ ନଥିବା ଜଣାପଡିଛି । ଏଣୁ ସୁରକ୍ଷା କରିବା ନାଁ ରେ ମିଥ୍ୟା ଅପପ୍ରଚାର ନକରି ଗୋପାଳ ପୂଜାରୀ ଓ ଅନ୍ୟ କେତେଜଣ ବ୍ୟକ୍ତି ଜଙ୍ଗଲ ସୁରକ୍ଷା ରେ ସହଜଗ କରିବାକୁ ଅନୁରୋଧ କରିଛନ୍ତି । ଯଦି ଆଗକୁ ଗୋପାଳ ପୂଜାରୀ ଗାଁ ରେ ଆସି ଗୋଷ୍ଠୀ ଗାଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି କରି ଜଙ୍ଗଲ ସୁରକ୍ଷା ରେ ବାଧା ସୃଷ୍ଟି କଲେ ଆଗାମୀ ଦିନରେ ବଡ଼ ଧରଣ ର ଆନ୍ଦୋଳନ କରା ଯିବ ବୋଲି କହିଛନ୍ତି ଚାରି ଖଣ୍ଡ ଗ୍ରାମବାସୀ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0