ଜଳେଶ୍ୱର: ଟଙ୍କା ବ୍ୟାଗ ଛଡ଼ାଇ ଚମ୍ପଟ ମାରୁଥିବା ବେଳେ ଦୁବୁର୍ତ୍ତକୁ କାବୁ କଲେ ଗ୍ରାମବାସୀ । ବାଲେଶ୍ୱରର ଜଳେଶ୍ୱରରେ ଘଟିଛି ଏହି ଘଟଣା । ସନ୍ତୋଷ ବେହେରା ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ଏହି ଲୁଟ ହୋଇଥିଲା । ସେ ଜଳେଶ୍ୱର ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଦୁର୍ବୁତ୍ତ ଜଣକ ନୁଆବଜାର ତହସିଲ ଅଞ୍ଚଳାରେ ଟଙ୍କା ବ୍ୟାଗକୁ ଛଡ଼ାଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ଉପସ୍ଥିତ ଲୋକେ ତାକୁ କାବୁ କରିଥିଲେ । କାବୁ କରି ପରେ ଜଳେଶ୍ୱର ପୁଲିସକୁ ହସ୍ତାନ୍ତର କରିଛନ୍ତି । ଦୁବୁର୍ତ୍ତ ଜଣକ ଆସ୍କା ଅଞ୍ଚଳର ଏବଂ ଶୀ୍ରରାମ ବୋଲି ନିଜର ପରିଚୟ ଦେଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0