ଚିଲିକା : କରୋନା କଟକଣାକୁ ଆଖି ଆଗରେ ରଖି ପାଳିତ ହେବାକୁ ଯାଉଛି । ଶ୍ରୀ ଶ୍ରୀ ବାବା ରାମେଶ୍ୱର ଦେବଙ୍କ ଝାମୁଯାତ୍ରା l ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ୩୬ ଗୋଟି ମୌଜାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରାମେଶ୍ୱର ଦେବ ଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଯାତ୍ରା ଦୀର୍ଘ ୪୦୦ ବର୍ଷ ଧରି ପାଳିତ ହେଇଆସୁଅଛି l ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତ ଭକ୍ତ ବା ମାନସିକଧାରୀ ମାନେ ନିଜ ନିଜର ମନସ୍କାମନା ପୂରଣ ଲାଗି ନିଜକୁ ସମର୍ପଣ କରିଥାନ୍ତି l ରାମେଶ୍ୱର ଦେବଙ୍କ ମାହାତ୍ମ୍ୟ ଏପରି ଯେ ଭକ୍ତ ଡାକିଲେ ଓ ମଧ୍ୟ କରିଥାନ୍ତି ଏବଂ ସମସ୍ତଙ୍କ ଗୁହାରି ଶୁଣିଥାନ୍ତି l କିନ୍ତୁ ଦୁଃଖର ବିଷୟ ଗତବର୍ଷ ମହାମାରୀ କରୋନା କବଳରେ ସାରା ଭାରତ ଲଢ଼ୁଥିବା ବେଳେ ଅନେକ ଧାର୍ମିକ ଅନୁଷ୍ଠାନ, ବିଭିନ୍ନ ଯାତ୍ରା ଓ ମହୋତ୍ସବ ଉପରେ ରୋକ ଲଗାଇଥିଲେ ସରକାର l ଏଥିରେ ବାଦ ପଡ଼ିନଥିଲା ଶ୍ରୀ ଶ୍ରୀ ରାମେଶ୍ୱର ଦେବଙ୍କ ଝାମୁଯାତ୍ରା l ଚଳିତ ବର୍ଷ ସରକାରଙ୍କ କୋଭିଡ କଟକଣାକୁ ଆଖି ଆଗରେ ରଖି ସତର୍କତାର ସହିତ ପାଳିତ ହେବାକୁ ଯାଉଛି ଝାମୁଯାତ୍ରା l



Visitors Today : 0
Total Visitors : 130166
Total Views : 9891611
Visitors Online Now : 0