ଭାରତୀୟ ସେନା ବାହିନୀରେ ମହିଳାଙ୍କ ସ୍ଥାୟୀ କମିଶନ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ମହିଳା ଅଫିସର ମାନଙ୍କ ପାଇଁ ସ୍ଥାୟୀ କମିଶନ ପ୍ରଦାନରେ ମେଡିକାଲ ଫିଟନେସ୍ ମାପଦଣ୍ଡକୁ ଏକ ତର୍କହୀନ ଯୁକ୍ତି ବୋଲି କହିଛନ୍ତି କୋର୍ଟ । ଏହାସହ ସେନାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କି ଯେଉଁ ସେନା ମହିଳା ଅଫିସରଙ୍କୁ ମେଡିକାଲ ଗ୍ରାଉଣ୍ଡ ମାଧ୍ୟମରେ ସ୍ଥାୟୀ କମିଶନରୁ ବଞ୍ଚିତ କରାଯାଇଛି ସେମାନଙ୍କ ଉପରେ ଗୋଟିଏ ମାସ ଭିତରେ ପୁଣିଥରେ ବିଚାର କରାଯାଉ ।ପୂର୍ବରୁ ଏନେଇ କୋର୍ଟ ଫେବୃଆରୀ ୨୦୨୦ ରେ ଏକ ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ ସେନା ତରଫରୁ ମହିଳା ଅଫିସରଙ୍କୁ ଫିଟନେସ୍ ଆଧାରରେ ସ୍ଥାୟୀ କମିଶନ ନଦିଆଯିବାକୁ ସେନାର ଭୁଲ ବୋଲି କହିଛନ୍ତି କୋର୍ଟ । ସୁପ୍ରିମକୋର୍ଟ କହିଥିଲେ କି ଦିଲ୍ଲୀ ହାଇକୋର୍ଟ ୨୦୧୦ ମସିହାରେ ଏନେଇ ରାୟ ଦେଇଥିଲେ । ଏହି ରାୟକୁ ୧୦ ବର୍ଷ ପୁରି ଯାଇଥିଲେ ବି ସେନା ଫିଟନେସ ଓ ଶରୀରର ଆକାର ଆଧାରରେ ସ୍ଥାୟୀ କମିଶନ ଲାଗୁ ନକରିବା ସେନାର ଭୁଲ ନିଷ୍ପତ୍ତି ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0