ରାଜସ୍ଥାନରେ ଯବାନଙ୍କ ଜିପ ଦୁର୍ଘଟଣା । ସୁରଟଗଡ ଇନ୍ଦିରା ଗାନ୍ଧୀ କେନାଲର ୩୩୦ ଆରଡି ନିକଟରେ ଦୁର୍ଘଟଣାଗସ୍ତ ହୋଇଛି ଆର୍ମି ଜିପ । ଦୁର୍ଘଟଣାପରେ ଜିପ ଜଳିଯାଇଛି । ଫଳରେ ୩ ଯବାନ୍ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୫ ଜଣ ଗୁରୁତର ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଆର୍ମି ଗାଡି ଦୁର୍ଘଟଣାଗ୍ରସ ହୋଇ ନିଆଁ ଲାଗିଯାଇଥିଲା । ଏଥିରେ ୫ ଯବାନ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରେ ୩ଯବାନ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସୁରଟଗଡର ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0