ମୁମ୍ବାଇ ହସ୍ପିଟାଲରେ ନିଆଁ ଲାଗିବା ଘଟଣା । ମୃତକଙ୍କ ପରିବାରକୁ ହାତଯୋଡି କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ର ମହାନଗର ନିଗମର ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏହାସହ ମୃତକଙ୍କ ପରିବାରକୁ ହାତଯୋଡି କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି କି କରୋନା ମହାମାରୀ କାରଣରୁ ଏହି ହସ୍ପିଟାଲକୁ ଅନୁମତି ଦିଆଯାଇଥିଲା ।ଉଦ୍ଧବ ଠାକରେ କହିଛନ୍ତି କି ନିଆଁ ହସ୍ପିଟାଲରେ ଲାଗି ନଥିଲା । ହସ୍ପିଟାଲ ନିକଟରେ ଥିବା ଏକ ଦୋକାନରେ ନିଆଁ ଲାଗିଥିଲା, ତହା ହସ୍ପିଟାଲକୁ ବ୍ୟାପି ଯାଇଥିଲା । ଏହାସହ ଏହି ଘଟଣାରେ ଦୋଷୀ ମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । ମଲର ତୃତୀୟ ମହଲାରେ ହସ୍ପିଟାଲ ଥିବାର ମଲର ନିଆଁ ହସ୍ପିଟାଲକୁ ବ୍ୟାପି ଯାଇଥିଲା । ହସ୍ପିଟାଲରେ ୭୦ ରୁ ଅଧିକ କୋଭିଡ ରୋଗି ଥିବା ବେଳେ ଏହି ନିଆଁରେ ୧୦ ଜଣ ରୋଗି ଜଳିଯାଇଥିଲେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ନିଆଁରେ ପୋଡି ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0