spot_img

ମାଆ କାଳୀଙ୍କ ମନ୍ଦିରରେ ମାଆଙ୍କୁ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ଆଜି ବାଂଲାଦେଶ ଗସ୍ତର ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ସତଖୀରା ଜିଲ୍ଲା ଅନ୍ତର୍ଗତ ଈଶ୍ୱରୀପୁର ଗାଁରେ ଅବସ୍ଥିତ ଯଶ୍ୱରେଶ୍ୱରୀ କାଳୀମନ୍ଦିର ପୂଜାର୍ଚ୍ଚନା କରିଛନ୍ତି । ଏଥି ସହିତ କାଳୀ ପ୍ରତିମାଙ୍କ ମସ୍ତକରେ ଏକ ହସ୍ତନିର୍ମିତ ସୁନା କଲେଇ କରା ରୁପା ମୁକୁଟ ପିନ୍ଧାଇଛନ୍ତି । ପ୍ରାୟ ତିନି ସପ୍ତାହ ମଧ୍ୟରେ କୌଳିକ କାରିଗରମାନେ ଏହି ମୁକୁଟ ନିର୍ମାଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ବାଂଲାଦେଶର ସରକାରୀ କର୍ତ୍ତୃପକ୍ଷମାନେ ସତଖୀରାରେ ଥିବା ଯଶ୍ୱରେଶ୍ୱରୀ ମନ୍ଦିରର ନବିକରଣ କରାଯାଇଥିଲା । ଭାରତ ଏବଂ ତାହର ପଡ଼ୋଶୀ ଦେଶମାନଙ୍କରେ ଥିବା ୫୧ଟି ଶକ୍ତିପୀଠ ମଧ୍ୟରୁ ଏହି ମନ୍ଦିର ଅନ୍ୟତମ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular