ସକାଳୁ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ।ସକାଳ ୭ଟାରୁ ଲୋକମାନେ ଧାଡ଼ିରେ ଆସି ମତଦାନ କରିବାରେ ଲାଗିଛନ୍ତି। ପ୍ରଥମ ପର୍ୟ୍ୟାୟରେ ବେଙ୍ଗଲର ୩୦ଟି ଆସନ ଓ ଆସାମର ୪୭ଟି ଆସନ ପାଇଁ ଆଜି ଭୋଟିଂ ହେଉଛି। ବେଙ୍ଗଲରେ ସକାଳୁ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬.୩୦ ଯାଏ ଚାଲିଥିଲା। ସାଧାରଣ ଲୋକମାନେ ସକାଳ ୭ଟାରୁ ୫ଟା ଯାଏ ଭୋଟ ଦେଇଥିଲେ । ପରେ କରୋନା ଲକ୍ଷଣ ଥିବା ଭୋଟରଙ୍କୁ ମତାଧିକାର ସାବ୍ୟସ୍ତ କରିବାକୁ ୬.୩୦ ଯାଏ ସୁଯୋଗ ମିଳିଥିଲା । ବେଙ୍ଗଲର ୩୦ଟି ଆସନରେ ପ୍ରାୟ ୧୯୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୭୩ ଲକ୍ଷ ଭୋଟର୍ ଏମାନଙ୍କ ଭାଗ୍ୟକୁ ଇଭିଏମ୍ରେ ସିଲ୍ କରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଆଦିବାସୀ ବହୁଳ ୫ଟି ଜିଲ୍ଲାର ୩୦ଟି ଆସନରେ ଭୋଟିଂ ହେଉଛି। ଡ଼ା ସୁରକ୍ଷା ବଳୟ ମଧ୍ୟରେ ଲୋକମାନେ ଧାଡ଼ିରେ ଆସି ନିଜ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ସମସ୍ତଙ୍କୁ କରୋନା କଟକଣା ମାନିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣ ପାଇଁ ପୁଲିଂ ବୁଥ ସଂଖ୍ୟାକୁ ବୃଦ୍ଧି କରାଯାଇଛି।ଅନ୍ୟପକ୍ଷରେ ଆଜି ଆସାମ ବିଧାନସଭାର ୧୨୬ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୭ଟି ସ୍ଥାନରେ ଭୋଟିଂ ଆରମ୍ଭ ହୋଇଛି। ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଛି। ଏହି ପର୍ୟ୍ୟାୟରେ ୨୬୪ ଜଣଙ୍କ ପ୍ରାର୍ଥୀଙ୍କ ଭାଗ୍ୟକୁ ପ୍ରାୟ ୮୧ ଲକ୍ଷ ଭୋଟର ଇଭିଏମରେ ସିଲ କରିବେ। ମତାଦାନ ପାଇଁ ସମୟ ସକାଳ ୮ଟା ଧାର୍ୟ୍ୟ କରାଯାଇଥିଲେ ହେଁ ବିଭିନ୍ନ ବୁଥରେ ଲୋକମାନେ ବହୁ ପୂର୍ବରୁ ଆସି ଧାଡ଼ି ବାନ୍ଧିବା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଦୁଇ ରାଜ୍ୟର ଭୋଟରଙ୍କୁ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। ଅଧିକରୁ ଅଧିକ ସଂଖ୍ୟକ ଲୋକ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ ବୋଲି ସେ କହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0