spot_img

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏମ୍ସ ସ୍ଥାନାନ୍ତର

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ସକାଳେ ରାଷ୍ଟ୍ରପତି ନିଜ ବାସଭବନରେ ଥିବା ବେଳେ ହଠାତ୍ ଛାତିରେ ଅସହଜ ଅନୁଭବ କରିଥିଲେ। ଏଥିପାଇଁ ସେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆର୍ମି ହସ୍ପିଟାଲରେ ତାଙ୍କର ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଇଥିଲା। ସେହିପରି ଡାକ୍ତରୀ ଟିମ୍ ତାଙ୍କୁ ନୀରିକ୍ଷଣରେ ରଖିଥିଲେ। ଆଜି ଆର୍ମି ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରି ଏଠାକୁ ଆସିଥିବା ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ପଠାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥାବସ୍ଥାକୁ ଯାଞ୍ଚ କରାଯିବ। ଏବେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଆର୍ମି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular