ପୁରୀ : ପୁରୀ ଶ୍ରୀମନ୍ଦିରରେ ଆଜି ସକାଳୁ ସକାଳୁ ଏକ ଅଘଟଣ ଘଟିଯାଇଛି। ପଶ୍ଚିମ ଦ୍ୱାରରେ ଥିବା ଉଗ୍ର ନୃସିଂହଙ୍କ କୋଳରେ ଶୋଭା ପାଉଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ପଡ଼ି ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ ହେଉଛନ୍ତି କୁନୁ ମହାପାତ୍ର। ପଥର ଖସି ପଡ଼ିବାରୁ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାଯାଇଛି। ଏନେଇ ସେବାୟତ କୁନୁ ମହାପାତ୍ର କହିଛନ୍ତି, ସକାଳୁ ଗାଧୋଇ ମନ୍ଦିରକୁ ଯାଇଥିଲି। ସେଠାରେ ମହାପ୍ରଭୁଙ୍କୁ ଲୁଗା ପିନ୍ଧେଇ ଦେଉଥିବା ବେଳେ ହଠାତ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ମୋ ଗୋଡ଼ ଉପରେ ପଡ଼ିଗଲା। ଏକ୍ସରେରୁ ଗୋଡ଼ ଭାଙ୍ଗିଯାଇଥିବା ଜଣାଯାଇଛି। ପୁରୀରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିବା ବେଳେ ଭୁବନେଶ୍ୱର ରେଫର କରିଦେଇଛନ୍ତି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 1