ଟାଙ୍ଗୀ: ଦଇବ ସାଜିଲା ଦାଉ, ମୁଣ୍ଡ ଉପରେ ଛିଣ୍ଡି ପଡିଲା କରେଣ୍ଟ ତାର, ଅକାଳରେ ଲିଭିଗଲା ଜୀବନ ଦୀପ l ଗତକାଲି ସମୟ ପ୍ରାୟ ରାତ୍ର ୧୦ ଘଟିକା , ରାସ୍ତାରେ ବୁଲୁଥିଲା ଜଣେ ବ୍ୟକ୍ତି, ସେ ଜାଣି ନଥିଲା ଯେ ତା’ର ମୁଣ୍ଡ ଉପରେ କାଳ ବସିଛି । ହଠାତ୍ ଏକ ୧୧- କଠ କରେଣ୍ଟ ଚାର୍ଜ ଥିବା ଇଲେକ୍ଟ୍ରି ତାର ଏହି ବ୍ୟକ୍ତି ର ମୁଣ୍ଡ ଉପରେ ଛିଣ୍ଡି ପଡିଲା । ଆଉ ସେହି କରେଣ୍ଟ ତାର ଦେହରେ ଗୁଡାଇ ହୋଇଗଲା , ଛଟପଟ ହୋଇ ସେହି ବ୍ୟକ୍ତି ଜଣକ ସେହିଠାରେ ଟଳି ପଡିଲେ । ଚିକିତ୍ସା ପାଇଁ କିଛି ଯୁବକ ଉଦ୍ଧାର କରି ଟାଙ୍ଗୀ ମେଡିକାଲ ଆଣିଲେ , ମାତ୍ର ବହୁ ବିଳମ୍ବ ହୋଇଯାଇଥିଲା , ତେଣୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏଭଳି ଏକ ଦୁଖଃଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ସୋରଣ ଗ୍ରାମରେ । ସୋରଣ ଗ୍ରାମର ସମୀର ରଣସିଂ ( ବୟସ ପ୍ରାୟ ୫୦ ) ବିଳମ୍ବିତ ରାତ୍ରରେ ଘରକୁ ସାଇକେଲ ଯୋଗେ ଗାଁ ରାସ୍ତାରେ ଫେରୁଥିଲେ । ଆଉ ହଠାତ୍ ଏଭଳି ଘଟଣା ଘଟିଲା । ରାଜମିସ୍ତ୍ରୀ କାର୍ୟ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ସମୀର ରଣସିଂ ଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଗାଁରେ ଏକ ଶୋକାକୂଳ ପରିବେଶ । ଟାଙ୍ଗୀ-କୁହୁଡି ପୋଲିସ ଶବ ପଚଂନାମା ପାଇଁ ପଠାଇଛନ୍ତି । ମୃତକ ପରିବାର କୁ ସରକାରୀ ଅନୁକମ୍ପା ସାହାଯ୍ୟ ଯୋଗାଇ ଦେବା ପାଇଁ ଗାଁ ଲୋକେ ଦାବି କରିଛନ୍ତି l



Visitors Today : 2
Total Visitors : 130168
Total Views : 9891613
Visitors Online Now : 0