ଭୁବନେଶ୍ୱର: ଆଜି ରଙ୍ଗ ଓ ଆନନ୍ଦର ପର୍ବ ହୋଲି ।ବସନ୍ତ ଋତୁରେ ପଡୁଥିବା ଏହି ପର୍ବକୁ ସଭିଏଁ ଖୁବ୍ ଉତ୍ସାହର ସହ ପାଳନ କରିଥାନ୍ତି ।ଏହି ପର୍ବରେ ଲୋକେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ନଗର ଭ୍ରମଣ କରାଇଥାନ୍ତି । ଏହି ଅବସରରେ ଠାକୁରଙ୍କ ଅବିର ଖେଳ ମଧ୍ୟ ହୋଇଥାଏ । ହୋଲି ପର୍ବକୁ ସବୁଠି ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ପରସ୍ପରକୁ ରଙ୍ଗ ଲଗାଇ ହୋଲି ଉତ୍ସବ ପାଳିଥାନ୍ତି ଲୋକେ । କରୋନା ଯୋଗୁଁ ଚଳିତ ବର୍ଷ ବାହାରେ ହୋଲି ଖେଳିବା ଉପରେ କଟକଣା ଲଗାଯାଇଛି । ନିଜ ନିଜ ଘରେ ରହି ହୋଲି ପାଳିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁଭେଚ୍ଛା ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ନିଜକୁ ତଥା ବନ୍ଧୁ ପରିଜନଙ୍କୁ ସୁରକ୍ଷିତ ରଖିବା ପାଇଁ ଚଳିତ ବର୍ଷ ଘରେ ରହି ହୋଲି ପାଳନ କରନ୍ତୁ। କୋଭିଡ୍ ଠାରୁ ଦୂରେଇ ରହିବା ପାଇଁ ନିୟମର କଡ଼ାକଡ଼ି ପାଳନ ସମସ୍ତଙ୍କର ସଂକଳ୍ପ ହେଉ ବୋଲି ମୁଖ୍ୟମନ୍ତ୍ରୀ ହୋଲି ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0