spot_img

ବନ୍ଦ ହେବନି ନବମ ଏକାଦଶ କ୍ଲାସ :ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ବନ୍ଦ ହେବନି ସରକାରୀ ସ୍କୁଲ । କୋଭିଡ୍ ପାଇଁ ରାଜ୍ୟରେ ଏବେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ନାହିଁ । ଏବେ ରାଜ୍ୟର କେବଳ କିଛି ବେସରକାରୀ ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନରେ କିନ୍ତୁ ଏସଓପିକୁ ପାଳନ କରାଯାଇ କ୍ଲାସ ହେଉଛି । ସରକାରୀ ଶିକ୍ଷାନୁଷ୍ଠାନରୁ ଏଯାବତ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ତେଣୁ ସରକାରୀ ସ୍କୁଲକୁ ବନ୍ଦ କରିବାକୁ ଏଯାଏଁ କୌଣସି ନିଷ୍ପତ୍ତି ହୋଇନି ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏଥିସହିତ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ସହିତ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ବୋଲି ଗଣଶିକ୍ଷାମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular