ୱାଶିଂଟନ: ମିଆଁମାରରେ ବଳପୂର୍ବକ କ୍ଷମତା ଦଖଲ କରିଥିବା ସେନା ବାହିନୀର ବର୍ବରତା ବଢ଼ିବାରେ ଲାଗିଛି। ସେନା ବାହିନୀର କ୍ଷମତା ଦଖଲକୁ ବିରୋଧ କରି ରାସ୍ତାକୁ ଓହ୍ଲାଥିବା ଲୋଙ୍କ ଉପରେ ସୁରକ୍ଷାକର୍ମୀମାନେ ଗୁଳି ଚଳାଇବାକୁ ପଛାଉ ନାହାନ୍ତି। ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଲୋକଙ୍କ ଉପରେ ମିସାଇଲ ମାଡ଼ କରାଯାଉଥିବା ଜଣାପଡ଼ିଛି। ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମିଆଁମାରବାସୀ ଅନ୍ୟ ରାଷ୍ଟ୍ରକୁ ଚାଲି ଯିବାକୁ ପ୍ରକ୍ରିୟା ଆରମ୍ଭ କଲେଣି। ଭାରତ ସେମତ ଏକାଧିକ ରାଷ୍ଟ୍ରରେ ସେମାନେ ଶରଣାର୍ଥୀ ଭାବେ ରହିବାକୁ ଚାହୁଁଥିବା ମତ ଦେଇଛନ୍ତି। ଏସବୁ ଭିତରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମିଆଁମାରରେ ଚାଲିଥିବା ଗୃହଯୁଦ୍ଧକୁ ତୀବ୍ର ନିନ୍ଦା କରିଛନ୍ତି। ଗଣତନ୍ତ୍ର ଉପାୟରେ ବିରୋଧ ପ୍ରଦର୍ଶନ କରୁଥିବା ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଆଦୌ ଗ୍ରହଣୀୟ ନୁହେଁ। ଏହା ଅତ୍ୟନ୍ତ ଭୟଙ୍କର ଓ କୃରତାର ପରିଚୟ। ମୋତେ ଯାହା ଖବର ମିଳିଛି, ବହୁ ସଂଖ୍ୟକ ଲୋକଙ୍କୁ କୌଣସି କାରଣ ନଥାଇ ହତ୍ୟା କରାଯାଇଛି ବୋଲି ବାଇଡେନ କହିଛନ୍ତି। ଆମେରିକା ପକ୍ଷରୁ କୁହାଯାଇଛି ଯେ ମିଆଁମାରରେ ଶନିବାର ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ୟାଙ୍ଗୋନରେ ଥିବା ଆମେରିକାର ପ୍ରତିଷ୍ଠାନଗୁଡ଼ିକ ଉପରେ ଗୁଳି ମାଡ଼ କରାଯାଇଛି। ଏହି ଘଟଣାର ଏବେ ତଦନ୍ତ କରାଯାଉଛି। ମିଆଁମାର ସେନା ଦେଶର ଜାତୀୟ ସଶସ୍ତ୍ର ବାହିନୀ ଦିବସରେ ବର୍ବର ଆଭିମୁଖ୍ୟ ଗ୍ରହଣ କରି ଶହ ଶହ ଲୋକଙ୍କ ଜୀବନ ନେଇଛି। ସେନା ଦ୍ୱାରା ବେଆଇନ କ୍ଷମତା ଦଖଲ ପରେ ଶନିବାର ସବୁଠାରୁ ରକ୍ତରଞ୍ଜିତ ଦିନ ଥିଲା ବୋଲି ଆମେରିକାର ଜଣେ ସାଂସଦ କହିଛନ୍ତି।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0