ପିପିଲି: ବର୍ତମାନ ରାଜ୍ୟ ରାଜନୀତିରେ ପିପିଲି ର ନିର୍ବାଚନ ପ୍ରଚାର କୁ ନେଇ ଜୋର ଧରିଛି ରାଜନୀତି ଉଷ୍ମତା l ପିପିଲି ନିର୍ବାଚନ ମଇଦାନ କୁ ଓଲ୍ହାଇଛନ୍ତି ପ୍ରମୁଖ ତିନୋଟି ରାଜନୈତିକ ପ୍ରାର୍ଥୀ lଆଜି ଭାରତୀୟ ଜନତା ପାର୍ଟି ର ପିପିଲି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଦଳୀୟ କର୍ମୀଙ୍କ ସହିତ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ବିଜେଡି ସମର୍ଥିତ କର୍ମୀ ମାନେ ତାଙ୍କୁ ଆକ୍ରମଣ କରି ଗାଡ଼ି ଭଙ୍ଗା ରୁଜା କରି ଥିବା ସେ ଅଭିଯୋଗ କରିଛନ୍ତି , ଓ ଏହି ଘଟଣା କୁ ନେଇ ବିଜେପି କର୍ମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି l ତୁରନ୍ତ ବିଜେଡି ସମର୍ଥିତ ଆକ୍ରମଣ କାରୀଙ୍କୁ ଗିରଫ ଦାବିରେ ବିଜେପି ପ୍ରାର୍ଥୀଙ୍କ ସହିତ କର୍ମୀମାନେ ଗାଁ ଦାଣ୍ଡରେ ଧାରଣାରେ ବସିଥିଲେ l ଆକ୍ରମଣ କାରୀଙ୍କୁ ତୁରନ୍ତ ଗିରଫ କରା ନ ଗଲେ ପିପିଲି ଥାନା ଘେରାଉ କରିବାକୁ ଧମକ ଦେଇଛି ବିଜେପି lଏ ପ୍ରସଙ୍ଗରେ ବିଜେଡି ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l ପିପିଲି ରୁ ଗଗନ ଖଟୋଇ ଙ୍କ ରିପୋର୍ଟ ନିୟୁଜ ସିକ୍ସ ଓଡ଼ିଆ l



Visitors Today : 3
Total Visitors : 130169
Total Views : 9891615
Visitors Online Now : 0