spot_img

ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଯୁବକ ମୃତ

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ଗାଟୋଇବାକୁ ଆସି ଯୁବକଙ୍କ ମୃତୁ୍ୟ । କୁମମ୍ଭାରପଡା ଥାନା ଅଧିନସ୍ଥ ନରେନ୍ଦ୍ରକୋଣ ମଙ୍ଗଳାସାହି ଦେବୀ ଘାଟ ଅଞ୍ଚଳର କାର୍ତ୍ତିକ ବେହେରାଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ କାର୍ତ୍ତିକ ନରେନ୍ଦ୍ର ପୋଖରୀକୁ ଗାଧୋଇବାକୁ ଆସିଥିବା ବେଳେ ସେଠାରେ ତାଙ୍କୁ ବାତ ମାରିବାରୁ ସେ ପାଣିରୁ ଉଠି ପାରିନଥିଲେ । ଫଳରେ ପାଣି ଭିତରେ ହିଁ ତାଙ୍କର ମୃତୁ୍ୟ ହୋଇଛି । ଖବର ପାଇ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତୁ୍ୟ ଘୋଷଣା କରିଥିଲେ । ତେବେ ଏନେଇ କୁମ୍ଭାରପଡା ଥାନା ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି କାର୍ତ୍ତିକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular