spot_img

ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଦାବୀରେ ‘କେନ୍ଦୁଝର ଚାଲ ଡାକରା’ ସଫଳ

କେନ୍ଦୁଝର ଜିଲ୍ଲାରେ ଏକ ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଦାବୀ ନେଇ କେନ୍ଦୁଝର ଜିଲ୍ଲା ପ୍ରେସ ଫୋରମ ପକ୍ଷରୁ କେନ୍ଦୁଝର ଚାଲ ଡାକରା ଦିଆଯାଇଥିଲା । ଏହି ଡାକରାରେ ଗତକାଲି ସମସ୍ତ ଜିଲ୍ଲାବାସୀ ଅକୁଣ୍ଠ ସମର୍ଥନ ଦେଇଥିବାରୁ ଜିଲ୍ଲା ପ୍ରେସ ଫୋରମ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

ଏହି ମହା ସମାବେଶରେ ଜିଲ୍ଲାର ସମସ୍ତ ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦ ଓ କର୍ମୀ ଯୋଗ ଦେଇଥିବାବେଳେ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରୁ ବିଭିନ୍ନ ସଂଗଠନ, ଅନୁଷ୍ଠାନର ପ୍ରତିନିଧି ଯୋଗଦେଇ ଥିଲେ । ବିଶେଷ କରି ଆଜି କେନ୍ଦୁଝରର ବହୁ ଯୁବକ ଯୁବତୀ ଏଥିରେ ସ୍ୱତଃପ୍ରବୃତ ଭାବେ ସାମିଲ ହୋଇ କେନ୍ଦୁଝର ଚାଲ ଡାକରାକୁ ଅଦ୍ଭୁତ ପୂର୍ବ ସଫଳତା ଦେଇଥିଲେ । ଏଥିପାଇଁ ସମସ୍ତ ରାଜନୈତିକ ଦଳ, ସଂଗଠନ, ଅନୁଷ୍ଠାନ ଏବଂ ସବୁ କେନ୍ଦୁଝରିଆଙ୍କୁ କେନ୍ଦୁଝର ଜିଲ୍ଲା ପ୍ରେସ ଫୋରମ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏହା ସହ ଆଗକୁ ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ନହେବା ଯାଏ ସବୁ କେନ୍ଦୁଝରିଆ ଏ ଆନ୍ଦୋଳନର ନେତୃତ୍ୱ ନେବାକୁ ଆହ୍ୱାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular