spot_img

ଡ଼ ଦିବାକର ଶର୍ମାଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ରାଜକନିକା: ଆଳିର କ୍ଷାତନାମା ଡାକ୍ତର ତଥା ସଂଗ୍ରାମୀ ମଣିଷ ଭାବେ ପରିଚିତ ଡ଼ ଦିବାକର ନାଥ ଶର୍ମା ଙ୍କର ଆଜି ସପ୍ତମ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଛି । ୬୦ଦଶନ୍ଧିର ଜଣେ ଦରଦୀ ଓ ଦୁଃଖୀ ମଣିଷର ବନ୍ଧୁ ଭାବେ ଜନସେବାର ଆଧାର ଥିଲେ ସ୍ୱର୍ଗତ ଶର୍ମା । ଆଳିର ମିନି ଷ୍ଟାଡିୟମରେ ଶତାଧିକ ଦିବାକର ପ୍ରେମୀଙ୍କୁ ନେଇ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ କଟକ ବାରବାଟୀ ବିଧାୟକ ମହମ୍ମଦ ମୁକୁରି ଯୋଗଦେଇଥିଲେ । ଅନ୍ୟପକ୍ଷରେ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଭୁଇପୁର ସରପଞ୍ଚ ପର୍ଶୁରାମ ରାଉତରାୟ, ରାଜକନିକା ବ୍ଲକ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା, ବାବୁରାମ ଜେନା ପ୍ରମୁଖ ଯୋଗଦେଇ ଡ଼ ଶର୍ମା ଙ୍କର ଗୁଣ ଗାନ କରିଥିଲେ । ତେବେ ସଭା ଆରମ୍ଭରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏବଂ ଆଳିର ବରିଷ୍ଠ ସାମ୍ବାଦିକ ପ୍ରମୋଦ ମଲ୍ଲିକ ସଭା ପରିଚାଳନା କରିଥିଲେ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular