ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ ଅଫିସ କର୍ମଚାରୀମାନଙ୍କ ଆସିବା ଉପରେ ସାଧାରଣ ପ୍ରଶାସନ ବିଭାଗ କଟକଣା ଜାରି କରିଛି । ଏଥର ପ୍ରତି ଶନିବାର ସରକାରୀ ଅଫିସ ବନ୍ଦ ରହିବା ସହିତ ପ୍ରତ୍ୟେକ ବିଭାଗରେ ଅଧା କର୍ମଚାରୀରେ କାର୍ଯ୍ୟ ତୁଲାଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ମାସକ ପାଇଁ ସମସ୍ତ ସରକାରୀ ରୋଷ୍ଟର୍ ଆଧାରରେ ଅଫିସ ଆସିବେ । ଗ୍ରୁପ -ଏ ଅଧିକାରୀଙ୍କୁ ମିଶାଇ ସର୍ବମୋଟ ୫୦% କର୍ମଚାରୀ ଅଫିସରେ ଉପସ୍ଥିତ ରହିବେ । କିନ୍ତୁ ଏସ୍ଆରସି, ଓସଡ଼ମା , ପୋଲିସ ଥାନା, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମହାନଗର ନିଗମ, ଅଫିସଗୁଡିକରେ ଶତ ପ୍ରତିଶତ କର୍ମଚାରୀ ଅଫିସ ଆସିବେ । ଯେଉଁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ୍ ବ୍ୟବସ୍ଥା ଯୋଗୋଇ ଦିଆଯାଇଛି ସେହି ସବୁ କର୍ମଚାରୀମାନେ ଘରେ ରହି କାମ କରିପାରିବେ । ଆବଶ୍ୟକ ପଡିଲେ ସରକାରୀ କାର୍ଯ୍ୟ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ପଡିବ । ସେଥିପାଇଁ ସମସ୍ତ କର୍ମଚାରୀ ଟେଲିଫୋନ ଓ ମୋବାଇଲ ଫୋନ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଭିଡ୍ ସଂକ୍ରମଣରୁ ସତର୍କତା ସହ ଅନୁପାଳନ କରିବାକୁ ପ୍ରମୁଖ ଶାସନ ସଚିବ କଡା ନିର୍ଦ୍ଦେଶ ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0